Pratidin TV

Odisha's Digital News Platform

ଚାକିରୀ ଛାଡି ବନାଉଛନ୍ତି ଥ୍ରୀ-ଇନ୍‌-ୱାନ ବରା , ଖାଇବା ପାଇଁ ଜମୁଛି ଗ୍ରାହକଙ୍କ ଗହଳି …..

1 min read

କଟକ : କଟକ ବଜାରରେ ଚାହିଦା ଜମାଇଛି ମାଳିଆ ନାନୀ ଥ୍ରୀ ଇନ ୱାନ ବରା । ସ୍ୱାଦ ଯେମିତି ମହକ ବି ସେମିତି , ଯାହାକୁ ନେଇ ଏବେ ପୁରା କଟକରେ ଚର୍ଚ୍ଚା । ଥରେ ଖାଇଲେ ସଭିଁଙ୍କ ମନ କିଣିନିଏ ମାଳିଆ ନାନୀ ଥ୍ରୀ ଇନ ୱାନ ବରା । ସନ୍ଧ୍ୟାରେ ଏଠି ଦେଖିବାକୁ ମିଳେ ଗ୍ରାହକଙ୍କ ଖଚାଖଚ ଭିଡ଼ । ଗ୍ରାହକଙ୍କ ଭିଡ ଏତେ ଲାଗିଯାଏ ଯେ ପାର୍ସଲ ଆଣିବା ପାଇଁ ଆପଣଙ୍କ ନିହାତି ସେଠି ୩୦ ମିନିଟ୍ ଠିଆ ହେବାକୁ ପଡିବ ।

ଯୁବକ ଯୁବତୀଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ସମସ୍ତଙ୍କୁ ଦିୱାନା କରିଛି ମାଳିଆ ନାନୀଙ୍କ ଏହି ଥ୍ରୀ ଇନ ୱାନ ବରା । କହିବାକୁ ଗଲେ ସାରା କଟକବାସୀଙ୍କୁ କିମିଆ କରିଛି ମାଳିଆ ନାନୀ ଥ୍ରୀ ଇନ ୱାନ ବରା । ମାଳିଆ ନାନୀ ଥ୍ରୀ ଇନ ୱାନ ବରା ଯାଦୁ ପୁରା କଟକରେ ଛାଇଛି । ବାଟରେ ଯାଉଥିବା ଲୋକଟେ ବି ନିଜ ବାଟ ବଦଳେଇ ଦେଉଛି । ଏଇ ମହାଙ୍ଗା ଦୁନିଆଁରେ ୫୦ ଟଙ୍କାରେ ଘରକୁ ପରିବା ଆଣିବା କାଠିକର ପାଠ ହୋଇଥିବା ବେଳେ ପାକେଟକୁ ସୁହାଇଲା ଭଳି ଟଙ୍କାରେ ମିଳୁଛି ପେଟପୁର ଖାଇବା । ତେବେ କଟକ ଚାଉଳିଆଗଞ୍ଜରେ ଥିବା ମାଳିଆ ନାନୀ ଥ୍ରୀ ଇନ ୱାନ ବରା ଖାଇବା ପାଇଁ ଦୂର ଦୁରାନ୍ତରୁ ଲୋକ ଆସନ୍ତି । ଏବେ ଏହି ଫୁଡ୍ ଷ୍ଟଲରେ ଲୋକଙ୍କ ପେଟର ଭୋକ ମେଣ୍ଟାଈ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ମାଳିଆ ନାନୀ ଙ୍କ ନାତି । ବହୁ ପୁରାତନ ଏହି ବରା ଦୋକାନଟିକୁ ଏବେ ଚଳାଉଛନ୍ତି ମାଳିଆ ନାନୀ ଙ୍କ ନାତି ।

Advertisement

ମାଳିଆ ନାନୀ ଙ୍କ ନାତି ଚାକିରୀ କରି ଯେତିକି ପଇସା ମାସକୁ ଘରକୁ ଆଣିଥାନ୍ତେ ବେପାର କରି ସେ ତାଠୁ ଅଧିକ କମାଉଛନ୍ତି ବୋଲି କହିଛନ୍ତି । ଦୋକାନଟି ପ୍ରାୟ ୬୦ ବର୍ଷ ପୁରୁଣା ବୋଲି କହିଛନ୍ତି ସ୍ୱର୍ଗତ ମାଳିଆ ନାନୀଙ୍କ ନାତି । ନିଜ ରୋଜଗାରରେ ସେ ନିଜ ଖର୍ଚ୍ଚ ସହ ନିଜ ପରିବାରର କୁ ମଧ୍ୟ ସମ୍ଭାଳୁଛନ୍ତି ।

Leave a Reply

Your email address will not be published. Required fields are marked *