ବାକିରେ ଖାଇଲେ , ଟଙ୍କା ମାଗିବାରୁ ଦୋକାନ ଜାଲିଦେଲା ସଦାଶିବ..
1 min readବାକିରେ ନେଇ ଖାଇଲେ । ଆଉ ଯେତେବେଳେ ଦୋକାନୀ ବାକି ପଇସା ମାଗିଲା ସେତେବେଳେ ଦୋକାନରେ ନିଆଁ ଲଗାଇଦେଲା । ମାତ୍ର ୧୩୦ ଟଙ୍କା ପାଇଁ ଆଜି ଉଜୁଡି ଯାଇଛି ଜଣଙ୍କର ଭାତ ହାଣ୍ଡି । ଛାରଖାର ହୋଇଯାଇଛି ଦୋକାନ ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ତକାଲି ରାତିରେ ଚନ୍ଦାକା ଅଞ୍ଚଳରେ ଏକ ତେଜରାତି ଦୋକାନରେ ନିଆଁ ଲଗାଇଦେଇଛନ୍ତି ।ନିଆଁ ଲଗାଇବା ବେଳେ ସିସିଟିଭିରେ ଭିଡିଓ କଏଦ ହୋଇଛି ସମ୍ପୂର୍ଣ୍ଣ ଦୃଶ୍ୟ । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ଦୋକାନରୁ ବାକି ଖାଇଲେ, ଟଙ୍କା ମାଗିଲେ ଦୋକାନରେ ନିଆଁ ଲଗେଇଲେ । ରାତି ଅଧରେ ଦୋକାନରେ ନିଆଁ ଲଗାଇ ଛାରଖାର କରିଦେଲେ ଅଭିଯୁକ୍ତ । ଆଖି ପିଛୁଳାକେ ସବୁ କିଛି ଜଳିପୋଡି ପାଉଁଶ ହୋଇଯାଇଛି । ଅଭିଯୁକ୍ତ ଜଣକ ଚନ୍ଦକା ଥାନା ଅନ୍ତର୍ଗତ ମଧୁପୁରର କୃଷ୍ଣ ଚନ୍ଦ୍ର ସ୍ବାଇଁଙ୍କ ପୁଅ ସଦାଶିବ ସ୍ବାଇଁ ବୋଲି ଜଣାପଡିଛି। ଅଭିଯୋଗ ଅନୁଯାୟୀ, ସଦାସିବ କିଛି ଦିନ ପୂର୍ବରୁ ରଣଜିତ କୁମାର ସାହୁଙ୍କ ଦୋକାନରୁ ପ୍ରାୟ ୧୩୦ ଟଙ୍କା ମୂଲ୍ୟର ଖାଦ୍ୟ ସାମଗ୍ରୀ କିଣିଥିଲେ। ଗତକାଲି ବାକି ଟଙ୍କା ମଗିଥିବା ବେଳେ ସଦାଶିବ ରଣଜିତଙ୍କୁ ଧମକ ଦେଇ ଭୟଙ୍କର ପରିଣାମ ଭୋଗିବ ବୋଲି କହିଥିଲା।
ଏହାପରେ ଗତକାଲି ରାତି ପ୍ରାୟ ସାଢେ ୧୧ ଟା ସମୟରେ ସଦାଶିବ ରଣଜିତଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ରଞ୍ଜିତ ନିଆଁରୁ ରକ୍ଷା ପାଇବାରେ ସଫଳ ହୋଇଥିଲେ ମଧ୍ୟ ତାଙ୍କ ଦୋକାନରେ ୧ ଲକ୍ଷରୁ ଅଧିକ ମୂଲ୍ୟର ଖାଦ୍ୟ ସାମଗ୍ରୀ ଜଳିପୋଡି ନଷ୍ଟ ହୋଇଯାଇଥିଲା। ଏ ସମ୍ପର୍କରେ ରଣଜିତ ଚନ୍ଦକା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଏହି ମାମଲାରେ ୪୩୬,୩୦୭ ଏବଂ ୫୦୬ ଦଫା ଲଗାଇ ଅଭିଯୁକ୍ତ ସଦାଶିବକୁ ଗିରଫ କରିଛି।