ସନ୍ଦେହ ବିଗାଡିଲା ସମ୍ପର୍କ….ପରକୀୟାପ୍ରିତି ସନ୍ଦେହ କରି ସ୍ତ୍ରୀର ମୁଣ୍ଡ କାଟିଲା ସ୍ୱାମୀ…..
1 min readୟୁପିରେ ଘଟିଛି ଏକ ଭୟଙ୍କର ଘଟଣା | ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ମୁଣ୍ଡ କାଟି ହାତରେ ଧରି ରାସ୍ତାରେ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା | ଏପରି ଘଟଣା ସାମ୍ନାକୁ ଆସିଛି ଯୁପର ବାରାବଂକି ଜିଲ୍ଲାରେ | ସୂଚନା ଅନୁସାରେ,ଅଭିଯୁକ୍ତ ବ୍ୟକ୍ତି ଜଣକ ସ୍ତ୍ରୀ ଉପରେ ସନ୍ଦେହ କରି ଏପରି କାଣ୍ଡ ଘଟାଇଥିବାର ସୂଚନା ମିଳିଛି | ସ୍ତ୍ରୀର ଅନୈତିକ ସମ୍ପର୍କ ଥିବା ସନ୍ଦେହକୁ ନେଇ ଏପରି କାଣ୍ଡ ଘଟାଇଛନ୍ତି ଅଭିଯୁକ୍ତ ଜଣକ |
ଅଭିଯୁକ୍ତ ଜଣକ ରାଜମିସ୍ତ୍ରୀ କାମ କରନ୍ତି |ତାଙ୍କର ଦୁଇଟି ସନ୍ତାନ ଅଛନ୍ତି | ପୋଲିସ ସୂଚନା ମୁତାବକ ଅଭିଯୁକ୍ତ ସ୍ୱାମୀ ଅନିଲ ୮ ବର୍ଷ ପୂର୍ବେ ବିବାହ କରୁଥିଲେ | କୁହାଯାଉଛି ଯେ, କିଛି ବର୍ଷ ହେବ ଅଭିଯୁକ୍ତ ଏବଂ ମୃତକ ସ୍ତ୍ରୀ ଅଲଗା ରହି ଆସୁଥିଲେ | ପରେ ସ୍ତ୍ରୀ ଉପରେ ସନ୍ଦେହ କରିବା ପରେ ତାଙ୍କ ମୁଣ୍ଡ କାଟି ରାସ୍ତାରେ ଧରି ବୁଲିଥିଲେ |ବାରାବଂକି ଜିଲ୍ଲାର ଫତେହପୁର ଥାନା ଅନ୍ତର୍ଗତ ବସାରା ଗାଁରେ ଏପରି ଘଟଣା ଘଟିଛି |
କୁହାଯାଉଛି ଯେ ସ୍ୱାମୀ ଏକ ଘଣ୍ଟାରୁ ଅଧିକ ସମୟ କଟିଯାଇଥିବା ମୁଣ୍ଡ ସହିତ ଘୁରି ବୁଲୁଥିଲା । ଏହା ପରେ ପୋଲିସ ପହଞ୍ଚି ସ୍ତ୍ରୀ ଫୁଳରାଣୀଙ୍କ କଟାମୁଣ୍ଡ ଉଦ୍ଧାର କରିଥିଲା। ସ୍ୱାମୀଙ୍କୁ ଗିରଫ କରିବା ପରେ ସ୍ତ୍ରୀଂକ କଟାମୁଣ୍ଡ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ଅଭିଯୁକ୍ତଙ୍କ ପିତାମାତା କହିଛନ୍ତି ଯେ ସେ ମାନସିକ ସ୍ତରରେ ଅସ୍ଥିର। ସେ ତିନି ବର୍ଷ ପୂର୍ବେ ସିଂହର ଏନକ୍ଲୋଜରକୁ ଡେଇଁପଡି ଗୁରୁତର ଆହତ ହୋଇଥିଲା ।
ଫେବୃଆରୀ ୧୪ ରେ ମଧ୍ୟ ବଙ୍ଗଳାରୁ ଏଭଳି ଘଟଣା ଘଟିଥଲା। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ କଟିଯାଇଥିବା ମୁଣ୍ଡ ଏବଂ ହାତରେ ଦାଆ ଧରି ବସଷ୍ଟାଣ୍ଡରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହି ସମୟ ମଧ୍ୟରେ ସେ ଲୋକଙ୍କୁ ଧମକ ମଧ୍ୟ ଦେଇଥିଲେ। ସେ ନିଜ ସ୍ତ୍ରୀଙ୍କ କଟିଯାଇଥିବା ମୁଣ୍ଡ ରକ୍ତରେ ଭିଜି ହୋଇଥିଲା | ସେଠାରେ ଏକତ୍ରିତ ହୋଇଥିବା ଲୋକଙ୍କ ଉପରେ ପାଟି କରିଥିଲେ। ପୋଲିସକୁ ଖବର ମିଳିବାପରେ ସେହି ବ୍ୟକ୍ତିଙ୍କୁ ଗିରଫ କରିଯାଇଥିଲା।