Pratidin TV

Odisha's Digital News Platform

ମା’ଙ୍କ ଅସ୍ଥି ସହ କାହାଣୀ ବିକ୍ରିକଲା ପୁଅ, କିଣିଲେ ଦୁଇ ବ୍ୟକ୍ତି, କାହାଣୀ ଶୁଣିଲେ ହେବେ ଆଶ୍ଚର୍ଯ୍ୟ…

1 min read

ଆମ ଫୁର୍ବଜଙ୍କ ଦେହତ୍ୟାଗ ପରେ ଆମେ ତାଙ୍କର ଅସ୍ଥିକୁ ନଦୀ କିମ୍ବା ଗଙ୍ଗାରେ ବିଷର୍ଜନ କରିଥାଉ । ବିଶ୍ୱାସ ରହିଛି ଯେ ଅସ୍ଥିକୁ ବିର୍ଷଜନ କରିବା ଦ୍ୱାରା ମୃତ ବ୍ୟକ୍ତିର ଆତ୍ମା ଶାନ୍ତି ପାଇଥାଏ । ହେଲେ ଏହି ଅସ୍ଥିକୁ ନେଇ ଆସିଛି ଏକ ରୋଚକ ଖବର । ଜଣେ ଯୁବକ ନିଜ ମୃତ ମା’ ଙ୍କ ଅସ୍ଥିକୁ ନେଇ ଅନଲାଇନରେ କରିଛନ୍ତି ବ୍ୟବସାୟ । ସେ ନିଜ ମା ଙ୍କ ଅସ୍ଥିକୁୁ ବିକ୍ରି କରିବା ଲାଗି ଫେସବୁକ ମାର୍କେଟପ୍ଲେସରେ ଏକ ପୋଷ୍ଟ କରିଥିଲେ । ଆଉ ତାଙ୍କ ଠାରୁ ୨ଜଣ ଜଣେ ବ୍ୟକ୍ତି ମଧ୍ୟ ସେହି ଅସ୍ଥିକୁ ଅଧିକ ଦାମ ଦେଇ କିଣିଛନ୍ତି ।


ରିପୋର୍ଟ ଅନୁଯାୟୀ ମାର୍କେଟପ୍ଲେସ୍ ଆକାଉଣ୍ଟ ଚଳାଉଥିବା ମାର୍କ ନାମକ ଜଣେ ବ୍ୟକ୍ତି ଫେସବୁକରେ ଏକଦା ଦେଖିଥିଲେ ଯେ କ୍ରିସ ବ୍ରାଉନ ନାମକ ଜଣେ ବ୍ୟକ୍ତି ତାଙ୍କ ମୃତ ମାଙ୍କ ଅସ୍ଥିକୁ ବିକ୍ରି କରୁଛନ୍ତି ବୋଲି । ୫୬ ଗ୍ରାମ ପାଉଁସ ସହ ହାଡ ଥିବା ଅସ୍ଥି ପାତ୍ର ରହିଥିଲା ଅନଲାଇନରେ ବିକ୍ରି ହେଉଥିଲା । ଏବଂ ଏହାର ମୁଲ୍ୟ ରହିଥିଲା ୩୦ ଡଲାର । ଆଉ ଅସ୍ଥି ବିକ୍ରି କରିବାର କାହାଣୀ ଜାଣିବା ପାଇଁ ୫ ଡଲାର ମୁଲ୍ୟ ରହିଥିଲା । ପରେ ମ୍ୟାକ ଏବଂ ଲରେନ୍ସ ଦୁଇଜଣ ବ୍ୟକ୍ତି ଏହି ଅସ୍ଥିକୁ କିଣିନେଇଥିଲେ । କିଣିବା ପରେ ଲରେନ୍ସ ସେହି ପ୍ୟାକେଜ୍ ଖୋଲିବା ପରେ ଏକ ଭିଡିଓ କରି ତାହାକୁ ପୋଷ୍ଟ କରିଥିଲେ । ଯେଉଁଥିରେ ଦେଖାଯାଇଥିଲା ଯେ ଅସ୍ଥି ଥିବା ପ୍ୟାକେଟରେ ଫୁଲରେ ସଜାଯାଇଥିବା ଖପୁରୀ ସହ ପାଉଁସ ରହିଥିଲା । ତା ସହ ଏକ ଚିଠି ମଧ୍ୟ ସଂଲଗ୍ନ କରାଯାଇଥିଲା । ପରେ ମ୍ୟାକ ଅସ୍ଥି ବିକ୍ରେତାଙ୍କ ସହ ସାକ୍ଷାତ କରିବା ପାଇଁ ଚେଷ୍ଟା କରିଥିଲେ ।

Advertisement


ସାକ୍ଷାତକାରରେ ବ୍ରାଉନ୍ କହିଥିଲେ ଯେ ତାଙ୍କ ମାଙ୍କ ସହ ତାଙ୍କର ସମ୍ପର୍କ ଭଲ ନଥିଲା । ଯେଉଁଥିପାଇଁ ସେ ମା’ଙ୍କ ଉପସ୍ଥିତିରେ ସେ ଅସହଜ ମନେ କରୁଥିଲେ । ମା ଙ୍କ ମୃତ୍ୟୁ ପରେ ତାଙ୍କ ଅବଶିଷ୍ଟାଂଶ କଣ କରିବେ ବୋଲି ସେ ଚିନ୍ତା କରୁଥିଲେ । ସେଥିପାଇଁ ବ୍ରାଉନ ଫେସବୁକରେ ଏକ ପ୍ରକାର ପୋଷ୍ଟ କରିଥିଲି । ସେପଟେ ଅସ୍ଥିକିଣିଥିବା ମାର୍କ କହିଛନ୍ତି ଯେ ସେ ତାଙ୍କର ମାଙ୍କର କାହାଣୀ ପଢିଥିଲେ । ସେ ଜାଣିବାକୁ ପାଇଥିଲେ ଯେ ବ୍ରାଉନ୍‌ଙ୍କ ମା ଜଣେ “ଆଶ୍ଚର୍ଯ୍ୟଜନକ” ମହିଳା ଥିଲେ ଯଏକି ବ୍ରାଉନ୍ ପ୍ରତି ଅସଦାଚରଣ କରିଥିଲେ । ବ୍ରାଉନ୍‌ଙ୍କୁ ବହୁ ମାନସିକ ଓ ଶାରିରୀକ ନିର୍ଯାତନା ଦିଆଯାଇଥିଲା । ଯିଏ ଅଧିକ ଶୁଣିବାକୁ ଚାହୁଁଛି, ତାଙ୍କୁ ସିଧାସଳଖ ବ୍ରାଉନ୍ ସହିତ ଯୋଗାଯୋଗ କରିବାକୁ ବୋଲି ମାର୍କ କହିଛନ୍ତି । ସେପଟେ ମୃତ ମା ଙ୍କ ଅସ୍ଥି ବିକି ସ୍ୱାଧୀନତାର ଭାବନା ଅନୁଭବ କରିଛନ୍ତି ବୋଲି ବ୍ରାଉନ୍ କହିଛନ୍ତି ।

Leave a Reply

Your email address will not be published. Required fields are marked *