Pratidin TV

Odisha's Digital News Platform

ଟନେଲ ଖୋଳି ମାଟିତଳେ ଆଇଓସିଏଲ ପାଇପଲାଇନରୁ ଚୋରୀ ହେଉଥିଲା ତେଲ …

1 min read

ନୂଆଦିଲ୍ଲୀ: ମାଟିତଳୁ ଲକ୍ଷାଧିକ ମୁଲ୍ୟର ତୈଳ ଚୋରୀ କରିନେଲେ ଦୁବୁର୍ତ୍ତ । । ଗତ ଜୁନ ମାସରୁ ଦୁବୁର୍ତ୍ତମାନେ ଲଗାତାର ଭାବେଏକ ପାଇପ ଲାଇନରୁ ଲକ୍ଷ ଲକ୍ଷ ମୂଲ୍ୟର ତେଲ ଚୋରୀ କରୁଥିଲେ ବୋଲି କୁହାଯାଇଛି । ଦିଲ୍ଲୀର ଦ୍ୱାରକାରେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ବ୍ୟକ୍ତି ଇଣ୍ଡିଆନ ଅଏଲ ପାଇପଲାଇନରୁ ତେଲ ଚୋରି କରିବା ପାଇଁ ଏକ ଟନେଲ ଖୋଳିଥିଲେ । ପରେ ପାଇପଲାଇନରୁ ତେଲ ବାହାର କରିବା ପାଇଁ ଏକ ମେସିନ୍ ଲଗାଇ ତୈଳ ଚୋରି କରାଯାଇଥିଲା । ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।


ସୂଚନାନୁସାରେ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ସେପ୍େଟମ୍ବର ୨୯ ରେ ଯାଞ୍ଚ ସମୟରେ ଦିଲ୍ଲୀ ପାନିପତ ବିଭାଗରୁ ତେଲ ଚୋରି ହୋଇଥିବା ନେଇ ଜଣାପଡିଥିଲା । ପରେ ଏନେଇ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ଅକ୍ଟୋବର ୪ ରେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡଡଥିଲା ଯେ ଦିଲ୍ଲୀ ଦ୍ୱାରିକାର ପୋଖାନପୁର ଗ୍ରାମରେ ତୈଳ ଚୋରୀ ହୋଇଛି ବୋଲି । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦେଖିଥିଲା ଯେ ଏକ ପାଇପ ଲାଇନ ଖୋଳାଯିବା ସହ ଦୁଇଟି ପ୍ଲାଷ୍ଟିକ ପାଇପରଏକ ଟନେଲ ଖୋଳାଯାଇଥିଲା । ଏହି ଚୋରୀ ଘଟଣାରେ ରାକେଶ ନାମକ ଜଣେ ଯୁବକଙ୍କର ସମ୍ପୃକ୍ତ ଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ୪୦ ମିଟର ଟନେଲ ଖୋଳିଥିଲେ ଯାହା ମାଧ୍ୟମରେ ସେ ଜୁନ୍ ମାସରୁ ଲଗାତାର ଭାବେ ତେଲ ଚୋରି କରୁଥିଲେ ବୋଲି ପୋଲିସ କହିଛି । ହେଲେ କମ୍ପାନୀ ପକ୍ଷରୁ ଚୋରି ହୋଇଥିବା ତେଲରେ ପରିମାଣ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।

Advertisement


ଅନ୍ୟପଟେ ତେଲ ଚୋରୀ ପାଇଁ ବ୍ୟବହୃତ ଅନେକ ଉପକରଣ ଚୋରି ସ୍ଥାନରୁ ଉଦ୍ଧାର କରାଯାଇଛି । ତେବେ ଅଭିଯୁକ୍ତମାନେ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ ନିକଟରେ ୪୦ ରୁ ୪୫ ମିଟର ଗଭୀର ମାପ ବିଶିଷ୍ଟ ଏକ ଟନେଲ ନକଲ କରି ନିକଟସ୍ଥ ପ୍ଲଟରେ ଖୋଲିଥିଲେ । ପରେ ଭୂମି ତଳେ ୨ ମିଟର ଖୋଳି ଆଇଓସିଏଲ୍ ତେଲ ପାଇପଲାଇନକୁ ସଂଯୋଗ କରି ସେଥିରୁ ତେଲ ଚୋରି କରୁଥିଲେ ବୋଲି ଦ୍ୱାରକା ପୋଲିସର ଡେପୁଟି କମିଶନର ଏମ ହର୍ଷ ବର୍ଦ୍ଧନ କହିଛନ୍ତି । ପୋଲିସ ଆହୁରି ମଧ୍ୟ କହିଛି ଯେ ଟନେଲ ଖୋଲିଥିବା ପ୍ଲଟର ମାଲିକ ହି ତେଲ ଚୋରି କରିଛନ୍ତି । ଏହି କାର୍ଯ୍ୟରେ ତାଙ୍କ ସହ ଅଧିକ ଲୋକ ଜଡିତ ଥିବା ନେଇ ପୋଲିସ ପଚରାଉଚରା ଜାରୀ ରଖିଛି । ସେପଟେ ଗିରଫ ଅଭିଯୁକ୍ତଙ୍କ ବିରୋଦ୍ଧରେ ପେଟ୍ରୋଲିୟମ ଏବଂ ମିନେରାଲ ପାଇପଲାଇନ ସଂଶୋଧନ ଅଧିନିୟମ, ବିସ୍ଫୋରକ ପଦାର୍ଥ ଅଧିନିୟମ ଏବଂ ଜନସାଧାରଣ ସମ୍ପତ୍ତି ଅଧିନିୟମ ଏବଂ ଆଇପିସିର କ୍ଷୟକ୍ଷତିର ପ୍ରତିରୋଧ ବିଭାଗ ଅଧୀନରେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *