Pratidin TV

Odisha's Digital News Platform

ଦିନ ଦ୍ୱି-ପହରେ ଅପରାଧ : ବାଇକ୍‌ରେ ଆସି ଫିଙ୍ଗିଦେଇ ଗଲେ ଯୁବକଙ୍କ ମୃତଶରୀର

1 min read

ସମ୍ବଲପୁର : ରାଜ୍ୟରେ ମହାମାରୀ ଭଳି ବ୍ୟାପିଚାଲିଛି ଅପରାଧ । ଦିନ ଦ୍ୱିପହରେ ବଡି ଚାଲିଛି ଦୁର୍ବୁତ୍ତମାନଙ୍କର ନରହତ୍ୟା,ଲୁଣ୍ଟ ଭଳି ଘୃଣ୍ୟ କାମ । ତେବେ ନିକଟରେ ଏକ ଏଭଳି ଘଟଣା ଘଟିଛି । ଯାହା ଲୋକଙ୍କ ହୋସ୍ ଉଡାଇ ଦେଇଛି । ଜଣେ ଯୁବକଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇଲେ ଦୁର୍ବୃତ୍ତ। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲାର ବୁର୍ଲାରେ। ମୃତ ଯୁବକ ଜଣଙ୍କ ହେଲେ ରାମ ମେହେର। ତାଙ୍କ ଘର ବୁର୍ଲା ସହରର ବିଷ୍ଣୁ ମନ୍ଦିରପଡ଼ାରେ।

ସୂଚନା ଅନୁଯାୟୀ ଆଜି ସକାଳେ ୨ଜଣ ଯୁବକ ବାଇକ୍ରେ ରାମଙ୍କୁ ଆଣି ପେଟ୍ରୋଲ ପମ୍ପ ରାସ୍ତା ସାମ୍ନାରେ ଫିଙ୍ଗି ଦେଇ ପଳାଇ ଯାଇଥିଲେ। ରାମଙ୍କ ଶରୀର ବିଭିନ୍ନ ସ୍ଥାନରୁ ରକ୍ତ ବାହାରୁ ଥିବା ବେଳେ ସେ ନିଃବସ୍ତ୍ର ଅବସ୍ଥାରେ ପଡ଼ିଥିଲେ। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବାପରେ। ପୁଲିସ ଘଟନା ସ୍ଥଳରେ ପହଞ୍ଚି ରାମଙ୍କୁ ଉଦ୍ଧାର କରି ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ରାମଙ୍କୁ ମୃତ ଘୋଷଣା କରିଥିଲେ।

Advertisement

ତେବେ ରାମଙ୍କୁ କାହିଁକି କିଏ ଏବଂ କେଉଁ କାରନରୁ ଏପରି ଭାବେ ନିର୍ମମ ହତ୍ୟା କରି ରାସ୍ତା କଡରେ ଫିଙ୍ଗିଦେଇଗଲେ ତାହା ବର୍ତ୍ତମାନ ରହସ୍ୟ ଘେରରେ ! କଣ ରାମଙ୍କର ତାଙ୍କ ସହ କିଛି ପୁର୍ବ ଶତୃତା ଥିଲା ନା ଏଭଳି ହତ୍ୟା ପଛରେ ଆଉ କିଛି କାରନ ରହିଛି ? ଏନେଇ ପୋଲିସ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିବା ଦୃଶ୍ୟକୁ ଅଧାର କରି ତଦନ୍ତ କରୁଛି। ଦୁଇ ଅଭିଯୁକ୍ତକୁ ପୋଲିସ ଚିହ୍ନଟ କରିଥିବା ସୂଚନା ମିଳିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣା ନେଇ ରାମଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇନାହିଁ।

Leave a Reply

Your email address will not be published. Required fields are marked *