Pratidin TV

Odisha's Digital News Platform

ମହଙ୍ଗା ପଡିଲା ଅନଲାଇନ ଅଟୋ , ବିଲ୍ ଦେଖି ଉଡିଗଲା ଗ୍ରାହକଙ୍କ ହୋସ୍ ..

1 min read

ଏବେ ଦୁର ସ୍ଥାନକୁ ଯିବା ପାଇଁ ଯାତ୍ରୀ ମାନେ ଅନ୍‌ଲାଇନରେ କାର, ବାଇକ କିମ୍ବା ଅଟୋ ବୁକ୍ କରି ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଅତି ସହଜରେ ଯାତ୍ରା କରୁଛନ୍ତି । ଏହି ଯାତ୍ରା ଶସ୍ତା ମଧ୍ୟ ହୋଇଥାଏ । ଯାହା ଫଳରେ ଏବେ ଚାରିଆଡେ ଏହାର ଚାହିଦା ବଢିବାରେ ଲାଗିଛି । ହେଲେ ଏହି ଅନଲାଇନ ଯାତ୍ରା କରିବା ଜଣେ ଯାତ୍ରାଙ୍କ ପାଇଁ ମହଙ୍ଗା ପଡିଛି । ଆଉ ତାଙ୍କ ପାଖକୁ ସାଢେ ସାତ କୋଟିର ବିଲ୍ । ଯାହାକୁ ଦେଖି ତାଙ୍କ ପାଦ ତଳୁ ମାଟି ଖସି ଯାଇଛି । ଉତ୍ତରପ୍ରଦେଶର ନୋଇଡାରେ ଉବେର ରାଇଡ୍‌କୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଉବେର ଜଣେ ନିୟମିତ ଗ୍ରାହକ ଦୀପକ ତେନ୍‌ଗୁରିଆ ଏକ ଅଟୋ ରାଇଡ୍ ବୁକ୍ କରିଥିବା ବେଳେ ତାଙ୍କ ପାଖକୁ ୭.୬୬ କୋଟି ଟଙ୍କାର ବିଲ୍ ଆସିଛି ।

ଯାହାକୁ ଦେଖି ଦୀପକଙ୍କ ଡ୍ରାଇଭର କମ୍ପାନୀ ମଧ୍ୟ ଚକିତ ହୋଇଛି । ଦୀପକ ଅଫିସ୍ ଯିବା ପାଇଁ ଉବେର ଅଟୋ ବୁକ୍ କରିଥିଲେ । ଗାଡ଼ି ବୁକ୍ କରିବା ସମୟରେ ତାଙ୍କୁ ବିଲ୍ ୬୨ ଟଙ୍କା ହୋଇଥିବା ଦେଖାଉଥିଲା, କିନ୍ତୁ ସେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ତାଙ୍କ ପାଖକୁ ଉବେର ପକ୍ଷରୁ ୭.୬୬ କୋଟିର ବିଲ୍ ଆସିଥିଲା । ଏହି ବିଲ୍ ଦେଖି ଦୀପକଙ୍କର ହୋସ୍ ଉଡ଼ିଯାଇଥିଲା । ବିଲ୍‌ରେ ଅଟୋ ଭଡ଼ା ବାବଦକୁ ୧.୬୭ କୋଟି ଟଙ୍କା ଚାର୍ଜ କରାଯାଇଥିବାବେଳେ ୱେଟିଂ ଚାର୍ଜ ବାବଦକୁ ୫.୯୯ କୋଟି ଟଙ୍କା ଚାର୍ଜ କରାଯାଇଛି । ତେବେ ପ୍ରମୋସନ୍ କଷ୍ଟ୍ ବାବଦକୁ ଏହି ବିଲ୍‌ରେ ୭୫ ଟଙ୍କା ଛାଡ଼ କରାଯାଇଥିଲା ।

Advertisement

ସମ୍ପୂର୍ଣ୍ଣ ଘଟଣାକୁ ନେଇ ଦୀପକଙ୍କ ବନ୍ଧୁ ଆଶିଷ୍ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି । ଉକ୍ତ ଭିଡିଓରେ ୬୨ ଟଙ୍କାର ଅଟୋ ରାଇଡ୍ ବୁକ୍ କରିଥିବାରୁ ଉବେର ତାଙ୍କୁ କୋଟିପତି ଋଣୀ କରିଦେଇଥିବା ଦୀପକ କହିଛନ୍ତି । ତେବେ ଏହି ବିଲ୍‌ରେ କୌଣସି ଜିଏସ୍‌ଟି ଚାର୍ଜ ଲାଗି ନ ଥିବା ଦୀପକ ସୂଚନା ଦେଇଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଉର୍ବ ଇଣ୍ଡିଆ ପକ୍ଷରୁ ନିଜ ଆଧିକାରିକ ‘ଏକ୍ସ’ ହ୍ୟାଣ୍ଡେଲରେ ସମ୍ପୁର୍ଣ୍ଣ ଘଟଣା ପାଇଁ କ୍ଷମା ପ୍ରାର୍ଥନା ମଗାଯାଇଛି । ତୃଟି ନେଇ ଦୁଃଖ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *