Pratidin TV

Odisha's Digital News Platform

ମାଛରଙ୍କା ପକ୍ଷୀକୁ ନିର୍ଯାତନା ଦେଇ ଜେଲ୍ ଗଲେ ଯୁବକ …

1 min read

କେନ୍ଦ୍ରାପଡା : ମାଛରଙ୍କା ପକ୍ଷୀ ଧରି ଭିଡିଓ କରିବା ପଡିଲା ମହଙ୍ଗା । ଗିରଫ ହେଲେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ଅଭିଯୁକ୍ତ ଗୁରୁ ଦଳାଇ । ଖବର ଅନୁଯାୟୀ ରାଜକନିକା ଅଞ୍ଚଳର ଗୁରୁ ଦଳାଇ ନାମକ ଜଣେ ବ୍ୟକ୍ତି ନିଜ ଜୀବିକା ନିର୍ବାହ ପାଇଁ ଚିଙ୍ଗୁଡି ଚାଷ କରନ୍ତି ।

ତେବେ ସେଇ ଚିଙ୍ଗୁଡି ଘେରରେ କିଛିଦିନ ହେବ ଏକ ମାଛରଙ୍କା ପକ୍ଷୀ ଆସି ମାଛ ଖାଇଦେଉଥିଲା । ଏସବୁ କଥା ଜାଣିବା ପରେ ଗୁରୁ ପକ୍ଷୀଟିକୁ ଧରିବା ପାଇଁ ଚିଙ୍ଗୁଡି ଘେରିରେ ଫାସ ପକାଇଥିଲେ । ଶେଷରେ ସଫଳ ମଧ୍ୟ ହୋଇଥିଲେ । ତେବେ ପକ୍ଷୀଟି ଜାଲରେ ଫସିଯାଇଥିବାବେଳେ ତାର ପରଟି କଟିଯାଇ ରକ୍ତ ମଧ୍ୟ ବାହାରିଥିଲା ।

Advertisement

କିନ୍ତୁ ନିର୍ଦୟ ଗୁରୁର ସେତିକିରେ ମନ ବୁଝିନଥିଲା । ପକ୍ଷୀଟିକୁ ଜାଲରୁ କାଢି ତାକୁ ଅନେକ ନିର୍ଯାତନା ଦେଇଥିଲା । ଏବଂ ତାର ଭିଡିଓ ସୁଟିଂ କରିଥିଲା । ତେବେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ରାଜକନିକା ରେଞ୍ଜର ବନ ଅଧିକାରୀ ଗୁରୁ ଦଳାଇଙ୍କୁ ଗିରଫ କରିଛି । ମାଛରଙ୍କାଟି କୋଲାର୍ଡ କିଙ୍ଗ ଫିସର ପ୍ରଜାତିର ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *