Pratidin TV

Odisha's Digital News Platform

ମାକୁ ମୃତ ପୁଅ ସହ ମିଶେଇ ଦେଲା AI , ଦେଖା କରି ହେଲେ କଥାବାର୍ତ୍ତା ..

1 min read

କଥାରେ ଅଛି , ‘ମର୍ତ୍ତ୍ୟ ମଣ୍ଡଳେ ଦେହବହି ଦେବତା ହେଲେ ବି ମରଇ ‘ ହେଲେ ନିଷ୍ଠୁର ସତ୍ୟ କୁ ମାନିବା ବହୁତ କଷ୍ଟ । କେହି ନିଜର ଯଦି ସଖା ପରିଜନ ଙ୍କର ମୃତ୍ୟ ହୁଏ ତାହେଲେ ତାଙ୍କୁ ଜୀବନ ସାରା ଝୁରି ହେଉଥାନ୍ତି , ହେଲେ ମୃତ୍ୟ ପରିଜନ ଙ୍କ ସହ ସାକ୍ଷାତ କରିବା ସମ୍ଭ୍ୱ , କେବେଳ ଦେଖା ନୁହେଁ ତାଙ୍କ ସହ କଥା ମଧ୍ୟ ହୋଇପାରିବ । ସବୁବେଳେ ଡିପ ଫେକ ଟେକ୍ନୋଲୋଜିକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିଥାନ୍ତି , ହେଲେ । ଚୀନରେ ଏ ଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ଡିପ ଫେକ ଟେକ୍ନୋଲୋଜିଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଜେଜେ ମାଆଙ୍କ ଜୀବନ ବଞ୍ଚାଇବା ପାଇଁ ଜଣେ ନାତି ଏହି ଟେକ୍ନୋଲୋଜିର ବ୍ୟବହାର କରିଥିଲେ । ଆସନ୍ତୁ ଜାଣିବା ସେ ସମ୍ପର୍କ ରେ । ସୂନ କେ ନାମକ ଜଣେ ବ୍ୟକ୍ତି ତାଙ୍କର ୯୧ ବର୍ଷୀୟା ଜେଜେ ମାଆଙ୍କୁ ଭଲ ପାଆନ୍ତି । ସେ ଦୀର୍ଘଦିନ ହେବ ହାର୍ଟ ସମୟରେ ପଡି ରହିଛନ୍ତି । କର୍କଟ ରୋଗରେ ସୂନଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା । ହେଲେ ଏହି ଦୁଃଖଦ ଖବର ଜେଜେ ମାଆ ଶୁଣିଲେ ସେ ବଂଚିପାରିବେନି ଭାବି ସୂନ ଡିପ ଫେକ ଟେକ୍ନୋଲୋଜିର ସହାୟ ନେଇଥିଲା । ନିଜ ଚେହେରା ଉପରେ ବାପାଙ୍କ ମୁହଁ ଲଗାଇବା ସହ ବାପାଙ୍କ ସ୍ୱରର ଅବିକଳ ନକଲ କରି ଜେଜେ ମାଆଙ୍କ ସହ କଥା ହେଲେ । ସେ ମଧ୍ୟ ଏହାକୁ ବିଶ୍ୱାସ କରି ପୁଅ ସହିତ ଆନନ୍ଦରେ ଗପିଥାନ୍ତି । ସୂନ ନିଜ ସୋସିଆଲ ମିଡିଆ ଆକାଂଉଟରେ ଏ ସମ୍ପର୍କୀତ ଏକ ଭିଡିଓ ଶେୟାର କରିଥିଲେ । ଯାହା କି ଭାଇରାଲ ହେବାରେ ପରେ ତାଙ୍କର ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *