Pratidin TV

Odisha's Digital News Platform

ଫେଲ୍ ମାରିଲା ବିଜ୍ଞାନ , ମଣିଷ ଦେହରେ ଲାଗିଥିଲା ଘୁଷୁରୀ କିଡିନ ,ଚାଲିଗଲା ଜୀବନ …

1 min read

୨ ମାସ ତଳେ ଜଣେ ଅସୁସ୍ଥ ରୋଗୀଙ୍କ ଶରୀରରେ ଲଗା ଯାଇଥିଲା ଘୁଷୁରୀ କିଡନୀ । ଯାହା ଡାକ୍ତରମାନେ  ଏକ ନୂଆ ଇତିହାସ  ସୃଷ୍ଟି କରିଥିଲେ । ଯାହା ଵିଜ୍ଞାନର ଚମତ୍କାର କୁହାଯାଉଥିଲା । ଯାହାକୁ ସହଜେ ଗ୍ରହଣ କରିହେଉନଥିଲା   । ମଣିଷ ଦେହରେ ଘୁଷୁରୀ କିଡନୀ ପ୍ରତ୍ୟାରୋପଣ କରି ଏକ ବିରଳ ସଫଳତା ଅର୍ଜନ କରିଥିଲେ ଡାକ୍ତର  । ସାର ଦୁନିଆ ବାଃ ବାଃ କହୁଥିଲା   । ହେଲେ ସେହି ବ୍ୟକ୍ତି ଜଣକ ୨ ମାସ ପରେ ଦେହତ୍ୟାଗ କରିଛନ୍ତି  । ଏ ନେଇ ପରିବାର ଲୋକ ଏବଂ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଗତ ମାର୍ଚ୍ଚ ମାସରେ ଯୁବକଙ୍କର ଅପରେସନ କରାଯାଇ ଘୁଷୁରୀ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ହେଉଛି  ।

ଯାହାକୁ ନେଇ ଚିକିତ୍ସକମାନେ ଚିନ୍ତାରେ ପଡିଛନ୍ତି । ଅବଶ୍ୟ ଏହା ସ୍ପଷ୍ଟ ହୋଇନି ଯେ, ବ୍ୟକ୍ତିଜଣଙ୍କ ମୃତ୍ୟୁ ପ୍ରକୃତରେ ଏହି କିଡନୀ ଯୋଗୁ ହୋଇଛି କିମ୍ବା ନାହିଁ ।  ସୂଚନା ଅନୁସାରେ, ଆମେରିକାର ରିଚାର୍ଡ ନାମକ ଏହି ଯୁବକଙ୍କର ମଧୁମେହ ଯୋଗୁଁ କିଡନୀ ଖରାପ ହୋଇଯାଇଥିଲା । ଏହାପରେ ପ୍ରାୟ ୭ ବର୍ଷ ଡାଇଲିସିସରେ ରହିବା ପରେ ୨୦୧୮ ମସିହାରେ ମାସାଚ୍ୟୁସେଟ ଜେନେରାଲ ହସ୍ପିଟାଲରେ ତାଙ୍କର କିଡନୀ ପ୍ରତିରୋପଣ ହୋଇଥିଲା । କିନ୍ତୁ ୫ ବର୍ଷ ଭିତରେ ଏହି ଟ୍ରାନ୍ସପ୍ଲାଣ୍ଟ ଫେଲ ମାରିଥିଲା । ତେଣୁ ଡାକ୍ତରୀ ଟିମ୍ ଗତ ମାର୍ଚ୍ଚ ମାସରେ ତାଙ୍କ ଦେହରେ ଘୁଷୁରୀ କିଡନୀ ଲଗାଇଥିଲେ । ପରୀକ୍ଷାମୂଳକ ଭାବରେ ଏହି ପଦକ୍ଷେପ ନେଇଥିଲା ମାସାଚ୍ୟୁସେଟ ଜେନେରାଲ ହସ୍ପିଟାଲ । ଘୁଷୁରୀ କିଡନୀ ମାଧ୍ୟମରେ ସେ ଅତି କମରେ ୨ ବର୍ଷ ବଂଚିବେ ବୋଲି ଚିକିତ୍ସକମାନେ ଆଶା ବ୍ୟକ୍ତ କରିଥିଲେ । ହେଲେ ତାଙ୍କର ମାତ୍ର ଦୁଇ ମାସ ମଧ୍ୟରେ ମୃତ୍ୟ ହୋଇଯାଇଥିଲା । ଯାହା ଡାକ୍ତରଙ୍କ  ପରୀକ୍ଷଣରେ ବାଧା ସୃଷ୍ଟି କରିଛି । ପୂର୍ବରୁ ବ୍ରେନ ଡେଡ ବ୍ୟକ୍ତିଙ୍କ ଶରୀରରେ ଅସ୍ଥାୟୀ ଭାବେ ହାର୍ଟର ପ୍ରତ୍ୟରୋପଣ କରାଯାଇଥିଲା । ମାତ୍ର ସେମାନେ ମଧ୍ୟ କିଛି ମାସ ମଧ୍ୟରେ ମୃତ୍ୟୁବରଣ କରିଥିଲେ । ପ୍ରଥମ ଜୀବିତ ବ୍ୟକ୍ତି ଭାବେ ରିକଙ୍କ ଶରୀରରେ ଘୁଷୁରୀର କିଡନୀ ଲଗା ଯାଇଥିଲା । ହେଲେ ଆଜି ରିଚାର୍ଡଙ୍କ ମୃତ୍ୟୁ ହୋଇଛି  । ତେବେ ଆଜି ରିଚାର୍ଡଙ୍କ ମୃତ୍ୟୁ ପରେ ଏହି ମାମଲାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି ।

Advertisement

Leave a Reply

Your email address will not be published. Required fields are marked *