Pratidin TV

Odisha's Digital News Platform

ଦୁଇ ଚୌ କେତେ ପଚାରିଲେ, ଇଂଲେଣ୍ଡ ର ରାଜଧାନୀ ଲଣ୍ଡନ କହୁଛନ୍ତି : ମାନସ ବକ୍ସି

ସାଧାରଣ ନିର୍ବାଚନ ର ପ୍ରକ୍ରିୟା ରେ ଆଜି ଓଡିଶା ର ପ୍ରଥମ ଚରଣ ଭୋଟ ଦାନ ପ୍ରକ୍ରିୟା ସରିଛି । ବାକି ରହିଲା ଆଉ ୩ ଟି ଚରଣ ରେ ଭୋଟ ଦାନ ପ୍ରକ୍ରିୟା । ନିର୍ବାଚନୀ ପ୍ରଚାର ପାଇଁ ରାଲି , ସଭା, ସମିତି ସହିତ ଚାଲୁଛି ସାମ୍ବାଦିକ ସମ୍ମିଳନୀ ଓ ପ୍ରେସ ବାର୍ତ୍ତା ରେ ପ୍ରଶ୍ନୋତ୍ତର । ଆରମ୍ଭ ରୁ ରାଜ୍ୟବାସୀ ଙ୍କ ମୂଳ ପ୍ରସଙ୍ଗ କୁ ନେଇ ବିଜେପି ପ୍ରଶ୍ନ ପଚାରୁଥୁବା ବେଳେ ବିଜେଡି ତଥ୍ୟ ଭିତ୍ତିକ ଉତ୍ତର ନ ଦେଇ ବୁଲେଇ ବଙ୍କେଇ ତଥ୍ୟ ବିହୀନ ତଥ୍ୟ ରଖି ଲୋକଙ୍କୁ ଭ୍ରମିତ କରିବାର ଅପଚେଷ୍ଟା କରୁଛି । ଦୁଇ ଚୌ କେତେ ପଚାରିଲେ, ଇଂଲେଣ୍ଡ ର ରାଜଧାନୀ ଲଣ୍ଡନ ବୋଲି କହୁଛନ୍ତି ବୋଲି ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ବକ୍ସି ଅଭିଯୋଗ କରିଛନ୍ତି । ଆଜି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ବକ୍ସି ବିଜେଡି ରେ ବିଭିନ୍ନ ନେତା ଙ୍କୁ ପ୍ରଶ୍ନ କରିଛନ୍ତି ଯେ “ରାଜ୍ୟବାସୀ ଙ୍କ ମୂଳ ପ୍ରସଙ୍ଗ ରୁ ଦୁରକୁ କାହିଁକି କି ପଳାୟନ କରୁଛି..?”


ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରତ୍ନ ଭଣ୍ଡାର ଚାବି ଗଲା କୁଆଡେ..? ନବକଳେବର ଦୁର୍ନୀତି ଓ ବ୍ରହ୍ମବିଭ୍ରାଟ ର ଦୋଷୀ ଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛ…? ସାଧାରଣ ଜନତା ତ ଦୂର ର କଥା ମୁଖ୍ୟମନ୍ତ୍ରୀ ଙ୍କୁ କିଏ କାହିଁକି ଦଳୀୟ ନେତା ମନ୍ତ୍ରୀ ବିଧାୟକ ଙ୍କୁ ଦୁରେଇ ରଖିଛି..? ରାଜ୍ୟ ରେ ସରକାରୀ ବିଭାଗୀୟ ମୁଖ୍ୟ ମନେ କେତେ ବର୍ଷ ହେଲା ସିଧାସଳଖ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଆଲୋଚନା କରି ନାହାଁନ୍ତି…? ସମ୍ବଲପୁର ମହାନଗର ନିଗମ ଘୋଷଣା କୁ ୧୧ ବର୍ଷ ବିତି ଯାଇଥିଲେ ସୁଦ୍ଧା କାହା ସ୍ୱାର୍ଥରକ୍ଷା ପାଇଁ ନିର୍ବାଚନ କରା ଯାଉ ନାହିଁ…?


ଶ୍ରୀ ବକ୍ସି ଆହୁରି ପଚାରିଛନ୍ତି ଯେ ରାଜ୍ୟବାସୀ ଙ୍କର ସ୍ୱାର୍ଥ ରକ୍ଷା ଓ ମୌଳିକ ସୁବିଧା ରୁ ବଞ୍ଚିତ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ର ପ୍ରଶ୍ନ ରୁ ବିଜେଡି ନେତା, ମନ୍ତ୍ରୀ, ବିଧାୟକ, ପ୍ରବକ୍ତା କାହିଁକି ମୁହଁ ମୋଡୁଛନ୍ତି..? ମାଁ ସମଲେଶ୍ୱରୀ ଙ୍କ ଚରଣ ତଳେ ଜନମଞ୍ଚ ରେ ଖୋଲା ବିତର୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଖୋଲା ଆହ୍ୱାନ ଦେଲା ପରେ ମଧ୍ୟ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ପଛ ଘୁଞ୍ଚା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *