Pratidin TV

Odisha's Digital News Platform

ଅଜବ ପରମ୍ପରା , ବାପା ହୋଇଯାଏ ଝିଅର ସ୍ୱାମୀ ..

1 min read

ଦୁନିଆରେ ବିଭିନ୍ନ ଜନଜାତିର ଲୋକ ବାସ କରନ୍ତି। ଏମାନଙ୍କର ଖାଦ୍ୟ, ପୋଷାକ, ଜୀବନଶୈଳୀ, ରୀତିନୀତି ଏବଂ ପରମ୍ପରା ଭିନ୍ନ ଭିନ୍ନ। ସେମିତି ଏକ ଅଜବ ପରମ୍ପରା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣବି ତାଜୁବ ହୋଇଯିବେ , ବାପା ଏବଂ ଝିଅଙ୍କ ସମ୍ପର୍କ ଏକ ପବିତ୍ର ସମ୍ପର୍କ । ମାନବ ସଭ୍ୟତାରେ ଏହି ସମ୍ପର୍କ ଅମୂଲ୍ୟ । କିନ୍ତୁ ବାଂଲାଦେଶରେ ଏଭଳି ଏକ ଜନଜାତି ରହିଛି ଯାହାଙ୍କ କାର୍ଯ୍ୟକଳାପ ସମସ୍ତଙ୍କୁ ଚକିତ କରିଛି । ସେଠାରେ ନିଜ ଝିଅକୁ ବିବାହ କରେ ବାପା ।

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜନ୍ମଦାତ୍ରୀ ବାପା ନିଜ ଝିଅକୁ ହିଁ ବିବାହ କରିଥାଏ ।ଏ ହେଉଛନ୍ତି ବାଂଲାଦେଶର ମାଣ୍ଡି ଜନଜାତି । ଶତାବ୍ଦୀ ଧରି ଏହି ଜନଜାତିରେ ଏକ ଅଦ୍ଭୁତ ପ୍ରଥା ଚାଲିଆସୁଛି । ଏଠାରେ ଯଦି ଜଣେ ମହିଳା ଅଳ୍ପ ବୟସରେ ନିଜ ସ୍ବାମୀଙ୍କୁ ହରାନ୍ତି ତେବେ ଅନ୍ୟ ପୁରୁଷ ତାଙ୍କୁ ଦ୍ୱିତୀୟ ଥର ବିବାହ କରନ୍ତି । ଏଥିରେ ସେ ତାଙ୍କୁ ପତ୍ନୀଙ୍କର ସମସ୍ତ ଅଧିକାର ଦିଅନ୍ତି । କିନ୍ତୁ ଯଦି ମହିଳାଙ୍କର ପ୍ରଥମ ବିବାହ ପରେ ତାଙ୍କ ଔରଶ ରୁ ଝିଅ ହୋଇଥାଏ ତେବେ ସେ ମଧ୍ୟ ସେହି ସମାନ ବ୍ୟକ୍ତିଙ୍କୁ ବିବାହ କରନ୍ତି ।

Advertisement

ସେ ବଡ ହେବା ପରେ ଏ ସବୁ ବାବଦରେ କୁହାଯାଏ ।ମାଣ୍ଡି ଜନଜାତିର ପୁରୁଷମାନେ ଶତାବ୍ଦୀ ଧରି ଏହି ମନ୍ଦ ଅଭ୍ୟାସ ଅନୁସରଣ କରିଆସୁଛନ୍ତି। ତାଙ୍କର ଯୁକ୍ତି ହେଉଛି ଏହି ପ୍ରଥା ହେତୁ ସେ ଦୁଇ ମହିଳାଙ୍କ ଜୀବନରେ ଖୁସି ଭରିଯାଇଥାଏ । କିନ୍ତୁ ଏହି ମନ୍ଦ ଅଭ୍ୟାସ ଆଜି ପର୍ଯ୍ୟନ୍ତ ଅନେକ ଝିଅଙ୍କ ଜୀବନକୁ ନଷ୍ଟ କରିଦେଇଛି । ମାଣ୍ଡି ଜନଜାତିର ଓରୋଲା ନାମକ ଜଣେ ଝିଅ ଏହି ମନ୍ଦ ଅଭ୍ୟାସ ବାବଦରେ ପ୍ରଥମେ ଖୁଲାସା କରିଥିଲେ । ସେ କହିଥିଲେ ଯେ ତାଙ୍କ ପିତା ବହୁତ ଛୋଟ ଥିବାବେଳେ ମୃତ୍ୟୁ ବରଣ କରିଥିଲେ। ତା’ପରେ ତାଙ୍କ ମା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କଲେ। ଓରୋଲା ତାଙ୍କୁ ତାଙ୍କ ପିତା ଭାବରେ ସମ୍ମାନ କରୁଥିଲେ। କିନ୍ତୁ ସେ ବଡ ହେବା ପରେ ତାଙ୍କ ବାପା ହିଁ ତାଙ୍କୁ ବିବାହ କରିଥିଲେ ।

Leave a Reply

Your email address will not be published. Required fields are marked *