Pratidin TV

Odisha's Digital News Platform

ଆର୍ଥିକ ସମସ୍ୟା ଦେଖା ଦେଉଥିଲେ ରଖନ୍ତୁ ନେଉଳ, ଦୂର ହୋଇଯିବ ସବୁ ସମସ୍ୟା..

1 min read

ପିଲାଦିନରୁ ଆପଣମାନେ ଶୁଣିଥିବେ ଯେ ନେଉଳ ବହୁତ ଚତୁର ଜୀବ । କିନ୍ତୁ ଆପଣ ଜାଣିଛନ୍ତି କି ନେଉଳ ଆପଣଙ୍କୁ ଆର୍ଥିକ ସମସ୍ୟାରୁ ମୁକ୍ତି ଦେଇଥାଏ । ଯଦି ଜାଣନ୍ତି ଜାଣନ୍ତୁ ନେଉଳ ଆମ ପାଇଁ ଅନେକ ଶୁଭ ଅଟେ । ଘରୁ ବାହାରକୁ ବାହାରିବା ସମୟରେ ଯଦି ଆପଣ ନେଉଳ ମୁହଁ ଦେଖନ୍ତି ତେବେ ଆପଣଙ୍କୁ ନିଶ୍ଚୟ ଶୁଭଫଳ ମିଳିବ । ଏକଥା ଆମେ କହୁନି ଶାସ୍ତ୍ର ମଧ୍ୟ କହୁଛି । ଶାସ୍ତ୍ର ଅନୁଯାୟୀ ଯଦି ଆପଣ ସ୍ୱପ୍ନରେ ନେଉଳ ଦେଖନ୍ତି ତେବେ ଏହା ତୁମ ପାଇଁ ଅତ୍ୟନ୍ତ ଶୁଭ ଓ ଲାଭଦାୟକ ଅଟେ । ବାସ୍ତ୍ରୁ ଶାସ୍ତ୍ର ଅନୁଯାୟୀ , ଦେବୀ ଲକ୍ଷ୍ମୀ ମଙ୍ଗଳା ନେଉଳ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ ବୋଲି କୁହାଯାଏ ।

ପୁରୁଣା କାଳରେ ଅନେକ ଲୋକ ନିଜ ପ୍ରଭୁଙ୍କ ପ୍ରତି ଭକ୍ତିଭାବରେ ନେଉଳକୁ ପାଳୁଥିଲେ । ନେଉଳ ହେଉଛି ଏକ ଏଭଳି ପଶୁ ଯିଏ ତା ମାଲିକ ପାଇଁ ଉତ୍ସଗୀକୃତ ରହିଥାଏ । ଆଗ କାଳରେ ଲୋକ ମାନେ ନେଉଳକୁ ଆଣି ପାଳୁଥିଲେ । ଆଉ ସକାଳୁ ଊଠିବା ମାତ୍ରେ ନେଉଳର ମୁହଁ ଦେଖିଥାନ୍ତି ଫଳରେ ଘରେ କେବେ ଅର୍ଥର ଅଭାବ ଦେଖା ଦେଇ ନଥାଏ ।

Advertisement

ପୁରୁଣା ଗ୍ରନ୍ଥଗୁଡିକରେ ଏହା ମଧ୍ୟ ଲେଖାଯାଇଛି ଯେ ସକାଳେ ଏକ ନେଉଳ ଦେଖିବାର ଅର୍ଥ ହେଉଛି ଆପଣଙ୍କୁ ଶୀଘ୍ର କିଛି ଗପ୍ତ ଧନ ମିଳିବ । ଯଦି ତୁମେ ତୁମ ଘରେ ନେଉଳର ଏକ ଛୋଟ ପ୍ରତିମାକୁ ସଠିକ ଦିଗରେ ରଖ ,ତେବେ ତୁମେ ରାତାରାତି ଧନୀ ହୋଇ ଯିବ । ନେଉଳକୁ ଲୁକ୍କାୟିତ ଧନର ପ୍ରତୀକ ଭାବରେ ବିବଚେନା କରାଯାଏ ।

Leave a Reply

Your email address will not be published. Required fields are marked *