Pratidin TV

Odisha's Digital News Platform

ମଣିପୁର ଲଜ୍ୟା ଘଟଣା : ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କ ବଡ ସୂଚନା ‘ସମସ୍ତଙ୍କୁ ମିଳିବ ଫାଶୀ ଦଣ୍ଡ’ !

1 min read

ମଣିପୁର : ରାଜ୍ୟ ବ୍ୟାପି ସାରା ଦେଶପାଇଁ ଲଜ୍ୟାର କାରଣ ପାଲଟିଛି ମଣିପୁର ଘଟଣା । ଭାରତ ଭଳି ଗଣତାନ୍ତ୍ରୀକ ଦେଶରେ ମହିଳାଙ୍କ ସହ ଏଭଳି ଅଶ୍ଳୀଳ ର୍ଦୁବ୍ୟବହାର ସାର ବିଶ୍ୱକୁ ଚକିତ କରିଛି । ମହିଳା ମାନଙ୍କ ସହ ଏପରି ପାଶବିକ ବ୍ୟବହାର ଦେଖି ସାରା ଭାରତବାସୀଙ୍କ ହୃଦୟ ଥରିଉଠିଛି । ହାତ ଯୋଡି ଉଲଗ୍ନ ଅବସ୍ଥାରେ ଶତାଧିକ ଲୋକଙ୍କୁ କାକୁତି ମିନତୀ କରିଥିଲେ ମଧ୍ୟ ଶୁଣିନଥିଲେ କେହି । ଗତ ୨ ମାସ ତଳେ କୁକି-ଜୋ ଜନଜାତିର ୨ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ନିବସ୍ତ୍ର କରି ରାଜରାସ୍ତାରେ ବୁଲାଇଥିଲେ । ଯାହାର ଭିଡିଓ ୧୯ ଜୁଲାଇରେ ଭାଇରାଲ ହେବାପରେ ମଣିପୁରରେ ହିଂସା ଜୋର ଧରିଛି । ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇବା ସହ ରାଜନୀତି ମଧ୍ୟ ଜୋର ଧରିଛି ଏହି ଖବର । ପାର୍ଲାମେଣ୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସବୁଠି ହଇଚଇ ସୃଷ୍ଟି ହୋଇଥିବା ବେଳେ ଇତି ମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଗତକାଲି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ ଘଟଣାର ଗୁରୁତ୍ୱକୁ ଦେଖି ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେବା ପରେ ପୁଲିସ୍ର ବିଭିନ୍ନ ଟିମ୍ ଗଠିତ ହୋଇ ବହୁ ସ୍ଥାନରେ ଚଢ଼ାଉ ହୋଇଥିଲା। ବୁଧବାର ମଧ୍ୟରାତ୍ରରେ ଏପରି ଲଜ୍ଜାଜନକ ଘଟଣାର ମୁଖ୍ୟ ଅଭିଯୁକ୍ତ ହୁଇରେମ ହେରାଦାଶ ସିଂଙ୍କୁ ପୁଲିସ୍ ଉଠାଇ ଆଣିଥିବା ବେଳେ ଗତକାଲି ଆଉ ୩ ଜଣ ବନ୍ଧା ହୋଇଥିବା ଜଣାଯାଇଛି।

ଏଥିସହ ଏହି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଯେପରି ମୃତ୍ୟୁଦଣ୍ଡ ମିଳିବ ସେନେଇ ରାଜ୍ୟ ସରକାର ନିଶ୍ଚିତ ଚେଷ୍ଟା କରିବେ ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *