Pratidin TV

Odisha's Digital News Platform

ଭାଣିଜୀ ବିବାହରେ ସାମିଲ ପାଇଁ ମିଳିଲା ଜାମିନ, ସିସୋଡ଼ିଆଙ୍କୁ ଆଶ୍ବସ୍ତି….

ଦିଲ୍ଲୀର ପୂର୍ବ ଉପମୁଖମନ୍ତ୍ରୀଙ ଓ ଆମଆଦମୀର ନେତା ମନୀଷ ସିସୋଡ଼ିଆଙ୍କୁ ଅଦାଲତରୁ ତିନି ଦିନ ପାଇଁ ମଧ୍ୟବର୍ତ୍ତୀ ଅବଧିରେ ଜାମିନ ଦିଆଯାଇଛି | ସିସୋଡ଼ିଆଙ୍କ ତରଫରୁ ୧୨ ରୁ ୧୬ ଫେବୃଆରୀ ଯାଏଁ ଜାମିନ ପାଇଁ ଆବେଦନ କରିଥିଲେ | ହେଲେ କୋର୍ଟ ତାଙ୍କୁ ୧୩ ରୁ ୧୫ ଯାଏଁ ଜାମିନ ଦେଇଥିଲା | ସିସୋଡ଼ିଆ ଉତ୍ତରପ୍ରଦେଶରେ ଥିବା ଲଖନଉରେ ନିଜ ଭାଣିଜୀର ବିବାହରେ ସାମିଲ ହେବ ପାଇଁ ଜାମିନ ମିଳିଛି |

ଏହା ପୂର୍ବରୁ କୋର୍ଟ ସିସୋଡ଼ିଆଙ୍କୁ ସପ୍ତାହରେ ଗୋଟେ ଥର ତାଙ୍କ ଅସୁସ୍ଥ ସ୍ତ୍ରୀକୁ ଭେଟିବା ପାଇଁ ଅନୁମତି ପ୍ରଦାନ କରିଥିଲେ | ଏହି ସମୟରେ ସେ ଡାକ୍ତରଙ୍କ ସସହ ମଧ୍ୟ ସଂଖ୍ୟାତା କରିପାରିବେ | ପରବର୍ତ୍ତୀ ଆଦେଶ ମିଳିବ ପର୍ଯ୍ୟମନ୍ତ ଏପରି ଚାଲିବ ବୋଲି କୁହାଯାଇଥିଲା | ସିସୋଡ଼ିଆଙ୍କ ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୨ରେ କୁହାଯିବ ବୋଲି କୁହାଯାଇଛି |

ସୂଚନା ମୁତାବକ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆମ୍ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆ ଦିଲ୍ଲୀର ମଦ ନୀତି ଦୁର୍ନୀତି ସହ ଜଡିତ ଏକ ମାମଲାରେ ତିହାର ଜେଲରେ ନ୍ୟାୟିକ ହେପାଜତରେ ରଖାଯାଇଛି।

Leave a Reply

Your email address will not be published. Required fields are marked *