Pratidin TV

Odisha's Digital News Platform

ଖୁବଶୀଘ୍ର ମନୀଷ ସିସୋଡିଆଙ୍କୁ ମିଳିବ ଜାମିନ !

1 min read

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ରହିଛନ୍ତି  ମନୀଷ ସିସୋଡିଆ। ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଭୀ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଛନ୍ତି। ଜାମିନ ଆବେଦନର ଶୀଘ୍ର ଶୁଣାଣି କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ତେବେ ଏହାକୁ ନେଇ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ଏମିତି କିଛି କହିଛନ୍ତି ଯାହାପରେ ସିସୋଡିଆଙ୍କୁ ବେଲ୍‌ ମିଳିବା

ଏନେଇ ଅନୁମାନ କରାଯାଉଛି। ଅଭିଷେକ ମନୁ ସିଂଭି କୋର୍ଟରେ ଯୁକ୍ତି ଦର୍ଶାଇଛନ୍ତି ଯେ, ମନୀଷ ସିସୋଡିଆ ଦେଢ଼ ବର୍ଷ ହେଲା ଜେଲରେ ଅଛନ୍ତି। ମାମଲାର ଶୁଣାଣି ଶୀଘ୍ର ହେବ ବୋଲି କୋର୍ଟ କହିଥିଲେ ହେଲେ ଏପର୍ଯ୍ୟନ୍ତ ଆରମ୍ଭ କରି ନାହାନ୍ତି। ତେବେ ଏହି ମାମଲାରେ ସିଜେଆଇ ଚନ୍ଦ୍ରଚୁଡ କହିଛନ୍ତି, ଆପଣ ଏକ ଇ-ମେଲ ପଠାଇଛନ୍ତି କି? ମୁଁ ଏହାକୁ ଦେଖିବି।

Leave a Reply

Your email address will not be published. Required fields are marked *