(video)ମନ୍ମଥ ପ୍ରଚାର ନୁହେଁ ମତେ ଫଙ୍କସନ୍ କୁ ଡାକିଥିଲେ : ସୁର ରାଉତରାୟ
1 min readଏପଟେ ପରିବାର ସେପଟେ ଦଳ ଆଉ ମଝିରେ ଅଛନ୍ତି ସୁର ରାଉତରାୟ । ନା ବୁଝୁଛି ଏ ବାପା ମନ , ଏପଟେ 5 ଦଶନ୍ଧିର ସ୍ୱାଭିମାନ । ଆଜି ସେସବୁ ଭିତରେ ବି ସବୁ ଲକ୍ଷ୍ମଣ ରେଖାକୁ ଡେଇଁ ପୁଅ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ କଂଗ୍ରେସର ଲଢୁଆ ନେତା ସୁର ରାଉତରାୟ । ବନେଶ୍ୱର ଏମ୍ପି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ସୁରେଶ ରାଉତରାୟଙ୍କ ପ୍ରଚାର ଆରମ୍ଭ କରିଛନ୍ତି। ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥଙ୍କ ପାଇଁ ଭୋଟ ମାଗିଲେ ବାପା ସୁରେଶ ରାଉତରାୟ। ଆଜି ସକାଳୁ ସକାଳୁ ଭୁବନେଶ୍ୱର ବୁଦ୍ଧ ପାର୍କରେ ପହଞ୍ଚି ସୁର ରାଉତରାୟ ପୁଅ ମନ୍ମଥଙ୍କ ପାଇଁ ଭୋଟ ମାଗିଛନ୍ତି। ଏହି ସମୟରେ ପୁଅ ମନ୍ମଥ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ। ଏବଂ ବାପା ହିସାବରେ ପୁଅ ପାଇଁ ଭୋଟ ମାଗିଥିବା ଦେଖିବାକୁ ମିଳିଥିଲା । ହେଲେ ତାଙ୍କୁ ପଚାରିବାରୁ ସେ ପୁଅର ପ୍ରଚାର ପାଇଁ ନୁହେଁ ବରଂ ହରେକୃଷ୍ଣ ମହତାବଙ୍କ ଜନ୍ମଦିନ ପାଇଁ ଆସିଥିଲେ ବୋଲି ଉତ୍ତର ଦେଇଥିଲେ । ସେ କହିଥିଲେ ପୁଅ ପାଇଁ ପ୍ରଚାର ନୁହେଁ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଆସିଥିଲେ ।
ସେ କଂଗ୍ରେସ ମ୍ୟାନ, ସେ ମରିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବେ ବୋଲି ସଫାସଫା କହିଥିଲେ ସୁର ରାଉତରାୟ । ସୁରଙ୍କ ଏହି ମନ୍ତବ୍ୟ ପୁଣି ରାଜନୈତିକ ମହଲରେ ସୃଷ୍ଟି କରିଛି ଚର୍ଚ୍ଚା ।ଗୋଟିଏ ପଟେ ପୁତ୍ରମୋହ । ଆଉ ଗୋଟିଏ ପଟେ ୫ ଦଶନ୍ଧିର ସ୍ବାଭିମାନ । କଂଗ୍ରେସ ସହ ଥିଲେ, ଅଛନ୍ତି ଓ ରହିଥିବି ବୋଲି ଦମ୍ଭର ସହ କହି ଆସୁଥିବା ସୁରଙ୍କ ମନ ଓ ବିବେକ ଭିତରେ ଏବେ ଚାଲିଛି ଲଢ଼େଇ । ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଥିବା ସାନପୁଅକୁ ନେଇ ସୁର ଯେଉଁ ପରିସ୍ଥିତିର ସାମ୍ନା କରୁଛନ୍ତି, ତାହା ତାଙ୍କ ଦ୍ବାରା ସୃଷ୍ଟି ନା ରାଜନୈତିକ ବାଧ୍ୟବାଧ୍ୟକତା, ତାକୁ ନେଇ ଚର୍ଚ୍ଚା ।