ଜନ୍ମଦିନ ପାଳିଲେନି ମନ୍ମଥ , ଦୁଃଖ ବୁଝିବାକୁ ଆମ୍ବ ଟାକୁଆ ଗାଁରେ ପହଞ୍ଚିଗଲେ ।
1 min readକ୍ୟାପଟେନ ମନ୍ମଥ ରାଉତରାୟ ଆଜି ତାଙ୍କ ଜନ୍ମଦିନ ପାଳନ ନକରି କନ୍ଧମାଳ ଜିଲ୍ଲା ବ୍ରହ୍ମଣିଗ୍ରାମ ଥାନା ମାଣ୍ଡିପଙ୍କା ଗ୍ରାମରେ ପୁରା ଦିନ ବିତେଇଛନ୍ତି । ବିଗତ ଦିନରେ କନ୍ଧମାଳ ଜିଲ୍ଲା, ଦାରିଙ୍ଗବାଡ଼ି, ବ୍ରାହ୍ମଣିଗ୍ରାମ ଥାନା ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଖାଦ୍ୟ ଅଭାବରେ ଆମ୍ବଟାକୁଆ ଯାଉ ଖାଇବା ଦ୍ୱାରା ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି ଏବଂ ଆଉ ୬ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଖବର ପାଇ ତାଙ୍କ ପାଖରେ ପହଁଚିଛନ୍ତି ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ । ସେ ସେଠାରେ ପହଁଚି ଲୋକମାନଙ୍କ ଠାରୁ ପ୍ରକୃତ ଘଟଣା କଣ ଜାଣିବା ସହିତ ତାଙ୍କୁ କିଛିଟା ଆର୍ଥିକ ସାହାୟତା ମଧ୍ୟ ପ୍ରଦାନ କରିଛନ୍ତି ।
୧- ପୂର୍ବରୁ ସେମାନେ ସରକାରଙ୍କ ଠାରୁ ସମସ୍ତ ସୁବିଧା ପାଉଥିଲେ କିନ୍ତୁ ଗତ ୩ ମାସ ହେଲା ସେମାନେ ରାସନ ସଠିକ ଭାବରେ ପାଇପାରିନାହାନ୍ତି ।
୨- ୧୨ ମାସ ମଧ୍ୟରୁ ୩ ଟି ଜଟିଳ ମାସ ଯଥା ଅଗଷ୍ଟ, ସେପ୍ଟେମ୍ବର ଏବଂ ଅକ୍ଟୋବର ରେ ଖାଦ୍ୟ ଅମଳ ସମୟ ହୋଇଥିବାରୁ ଖାଇବାର ବହୁତ ଅସୁବିଧା ହେଉଛି, ସେଥିପାଇଁ ସେମାନେ ଜଙ୍ଗଲ ଉପରେ ନିର୍ଭର କରନ୍ତି ।
୩- ରାସନ ଆଣିବା ପାଇଁ ସେମାନେ ୧୦ କି.ମି ଦୁରକୁ ଯିବାକୁ ପଡ଼େ, ଏଥିପାଇଁ ସେମାନେ ବହୁତ ହଇରାଣ ମଧ୍ୟ ହେଉଛନ୍ତି ।
୪- ରାସନ ପ୍ରତି ମାସରେ ଦେବା ପରିବର୍ତ୍ତେ ୩ ମାସରେ ଥରେ ଦେଉଛନ୍ତି, ଏବଂ କିଛି ମାସ ହେଲା କଣଉ ବାହାନାରେ ସେମାନଙ୍କୁ ରାସନ ନଦେଇ ଫେରେଇ ଦେଉଛନ୍ତି ।
୫- ଆଦିବାସୀ ବୁଢ଼ା ବୁଢ଼ୀ ମାନେ KYC Update କଣ ଜାଣିନାହାନ୍ତି, ସେଥିପାଇଁ ସେମାନେ ଡରିକି ରାସନ ଆଣିବାକୁ ଯାଇନାହାନ୍ତି କି ସେମାନଙ୍କ ପାଖରେ ରାସନ ପହଂଚି ପାରିନାହିଁ, ସେଥିପାଇଁ ସେମାନେ କିଛି ଦିନ ହେଲା ଖାଇବାକୁ ନପାଇ ଭୋକିଲା ଅଛନ୍ତି ।
୬- ନେଟୱାର୍କ ଏବଂ ଯୋଗାଯୋଗ କ୍ଷେତ୍ରରେ ଏବଂ ସେମାନଙ୍କର ଯୋଗାଯୋଗ କ୍ଷେତ୍ରରେ ସମ୍ପୁର୍ଣ୍ଣ ପଛରେ ଅଛନ୍ତି ।
୭- Internet ଏବଂ Phone ସେବା ସେମାନଙ୍କ ପାଖରେ ନଥିବାରୁ KYC ହେଉ କିମ୍ବା ଅନ୍ୟ କୌଣସି ଅନ ଲାଇନ କାର୍ଯ୍ୟ ପାଇଁ ସେମାନଙ୍କୁ ଗ୍ରାମରୁ ୧୦ କି.ମି ବାହାରକୁ ଯିବାକୁ ପଡୁଛି ।
୮- ସ୍କୁଲ ଏବଂ କଲେଜ ଛାତ୍ର ଛାତ୍ରୀ ମାନେ Internet ଏବଂ Phone ସେବା ନଥିବାରୁ ଅନ ଲାଇନ କ୍ଲାସ ମଧ୍ୟ କରିପାରୁନାହାନ୍ତି ।
୯- ବୁଢ଼ା ବୁଢ଼ୀ ମାନେ ସେମାନଙ୍କର ବାର୍ଦ୍ଧକ୍ୟ ଭତା ପାଇଁ ମଧ୍ୟ ଗ୍ରାମରୁ ବାହାରକୁ ଯିବାକୁ ପଡୁଥିବାରୁ କିଛି ଦଲାଲ ଲୋକ ଏହାର ଫାଇଦା ଉଠାଇ ସେମାନଙ୍କୁ ଲୁଟୁଛନ୍ତି ।
୧୦- ରୋଡ଼ ବହୁତ ଭଲ ଅଛି, ସରକାରଙ୍କର ଲକ୍ଷ୍ମୀ ବସ ସେମାନଙ୍କୁ ବହୁତ ସହଯୋଗ କରୁଛି ।
୧୧- ସେମାନଙ୍କୁ ରୋଜଗାର ପାଇଁ ଦାଦନ ଖଟିବା ପାଇଁ ଓଡ଼ିଶା ବାହାରକୁ ଯିବାକୁ ପଡୁଛି ।
୧୨- ସ୍କୁଲ ଏବଂ କଲେଜ ଯିବା ପାଇଁ ସେମାନଙ୍କୁ ଲକ୍ଷ୍ମୀ ବସ ବହୁତ ମାତ୍ରାରେ ସହଯୋଗ କରୁଛି, କିନ୍ତୁ ବସ ଟି ଦିନକୁ ମାତ୍ର ୨ ଥର ଯିବା ଆସିବା କରୁଛି ।
୧୩- ପ୍ରାୟତଃ ସ୍କୁଲ ଏବଂ କଲେଜ ର ଉନ୍ନତି କରଣ ଉପରେ ସେମାନେ ବହୁତ ଖୁସି ଅଛନ୍ତି ।
ଏମାନଙ୍କର କେସ ରିପୋର୍ଟ ହେଲା ବୋଲି ଓଡ଼ିଶାବାସି ଏମାନଙ୍କ ବିଷୟରେ ଜାଣିପାରିଲେ, କିନ୍ତୁ ଏମିତି ବହୁତ ଗ୍ରାମ ରହିଯାଇଛି ଯେଉଁମାନେ ଏହିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ସେମାନଙ୍କ ପାଖରେ କୌଣସି ଯୋଗାଯୋଗ ର ସୁବିଧା ନଥିବାରୁ ସେମାନଙ୍କ ର ଅସୁବିଧା ଓଡ଼ିଶା ବାସୀଙ୍କ ପାଖରେ ପହଁଚିପାରୁନାହିଁ । ତେଣୁ ପ୍ରଶାସନ କୁ କ୍ୟାପଟେନ ରାଉତରାୟ ଅନୁରୋଧ କରୁଛନ୍ତି କି, ପ୍ରଶାସନ ଯେବେବି କିଛି ନୂଆ ସ୍କିମ ବାହାର କରୁଛନ୍ତି ଏହିଭଳି ଗ୍ରାମକୁ ଆଖି ଆଗରେ ରଖି କିଭଳି ସେମାନେ ସମସ୍ତ ସୁବିଧା ପାଇପାରିବେ ସେଥିନିମନ୍ତେ ଧ୍ୟାନ ଦିଅନ୍ତୁ ।