Pratidin TV

Odisha's Digital News Platform

ବିଜେପି ଏକା ଲଢ଼ିବ କହିଲେ ମନମୋହନ ସାମଲ ।

1 min read

ଭୁବନେଶ୍ୱର ; ବିଜେପି ଓଡିଶାରେ ସରକାର କରିବ ବୋଲି କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଲୋକଙ୍କ ଶୁଭେଚ୍ଛା ଆର୍ଶୀବାଦ୍ ସହଯୋଗରେ ଓଡିଶାର ଅସ୍ମିତାକୁ ନେଇ ନିର୍ବାଚନ ଲଢିବ ବୋଲି ପ୍ରତିକ୍ରିୟା ରଖିଲେ ମନମୋହନ ।

ବିଜେଡି -ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦେଇଛନ୍ତି ବଡ ବୟାନ । ବିଜେପି ଏକାକି ଲଢିବ , ଓଡିଆ ଅସ୍ମିତକୁ ନେଇ ନିର୍ବାଚନ ଲଢିବ । ଗତ କିଛି ଦିନ ଧରି ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେଇ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ବିଜେପି ନେତାମାନେ ତୁହାକୁ ତୁହା ଦିଲ୍ଲୀ ଯାଇ ବିଜେପି ନେତୃବୃନ୍ଦଙ୍କ ସହ ଆଲୋଚନା କରୁଥିଲେ ।

Advertisement

ଗୁରୁବାର ସକାଳେ ହିଁ ରାଜ୍ୟ ବିଜେପି ସଭାପତି ଦିଲ୍ଲୀରୁ ଫେରିଥିଲେ । ଆଉ ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବୟାନ ଆଶାୟୀମନାଙ୍କୁ ଆସ୍ୱସନା ଦେଇଛି । ଶୁଣିବାକୁ ମିଳୁଛି ଯେ ଆସନ ଭାଗବଣ୍ଟାକୁ ନେଇ ଦୁଇ ଦଳ ଭିତରେ ସହମତି ନହେବାରୁ ମେଣ୍ଟ ହେବନାହିଁ ।

Leave a Reply

Your email address will not be published. Required fields are marked *