Pratidin TV

Odisha's Digital News Platform

ଦ୍ଵିତୀୟ ବିବାହ ପରେ ସାଇବର ଥାନାର ଦ୍ଵାରସ୍ଥ ହେଲେ ଅଭିନେତା ମନୋଜ ମିଶ୍ର ଓ ପତ୍ନୀ ..

ଦ୍ଵିତୀୟ ବିବାହ ପରେ ସାଇବର ଥାନାର ଦ୍ଵାରସ୍ଥ ହେଲେ ଅଭିନେତା ମନୋଜ ମିଶ୍ର ଓ ପତ୍ନୀ ମମତା ନନ୍ଦ। ମନୋଜଙ୍କ ଦ୍ଵିତୀୟ ବିବାହକୁ ନେଇ କିଛି ସୋସିଆଲ ମିଡ଼ିଆଓ ୱେବ୍‌ ଚ୍ୟାନେଲ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମାଲୋଚନା କରୁଛନ୍ତି। ଯେଉଁଥିପାଇଁ ଅଭିନେତା ମନୋଜ ମିଶ୍ର ଓ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି ।ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ତାଙ୍କୁ ବହୁ ପ୍ରକାରର ଟ୍ରୋଲ କରା ଯାଉଛି। ସେହି ସବୁ ସୋସିଆଲ ମିଡ଼ିଆରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ହେଉଥିବା ପ୍ରସାରଣକୁ ବନ୍ଦ କରିବାକୁ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।ମନୋଜ ମିଶ୍ର ଏବଂ ମମତାଙ୍କ ବିଷୟରେ ବହୁ କଥାକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରାଯାଉଥିବା ଦେଖିବାକୁ ମିଳିଛି। ତେଣୁ ତାଙ୍କର ବ୍ୟକ୍ତିଗତ ଜୀବନ ପ୍ରବାହିତ ହୋଇ଼ିଛି । ୟୁଟ୍ୟୁବ୍ ରେ ତାଙ୍କର ବ୍ୟକ୍ତିଗତ ଜୀବନ ଓ ଦ୍ଵିତୀୟ ବିବାହକୁ ନେଇ ବହୁ ପ୍ରକାର ଖବର ଚଲା ଯାଇଛି। ତେଣୁ ଏହାକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ମନୋଜ ମିଶ୍ର। ଅଭିନେତାଙ୍କ ଅଭିଯୋଗ ଆଧାରରେ ସାଇବର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହାସହ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଚ୍ୟାନେଲଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି।


କହିରଖୁଛୁ କି, ଅଭିନେତା ମନୋଜ ମିଶ୍ର ପ୍ରଥମେ ମାନା ମିଶ୍ରଙ୍କୁ ବିବାହ କରିଥିଲେ । ପରେ ପାରିବାରିକ ବିବାଦ କାରଣରୁ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା । ମାନା ଏବଂ ମନୋଜଙ୍କର ଏକ ଝିଅ ମଧ୍ୟ ରହିଛନ୍ତି । ପ୍ରଥମ ପତ୍ନୀ ମାନାଙ୍କ ଠାରୁ ଛାଡପତ୍ର ପରେ ମନୋଜ ମିଶ୍ର ଅଭିନେତ୍ରୀ ମମତା ନନ୍ଦଙ୍କ ପ୍ରେମରେ ପଡିଥିଲେ । ପରେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ । ଦୀର୍ଘ ଦିନର ଡେଟିଂ ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଅଭିନେତା ମନୋଜ ମିଶ୍ର ଅଭିନେତା ସହ ରାଜନେତା ମଧ୍ୟ ଅଟନ୍ତି । ଚଳିତ ବର୍ଷ ପେବୃଆରୀ 10ରେ ସେ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ମିଶିଥିଲେ । ପରେ ଦଳ ତାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଟିକେଟ ଦେଇଥିଲା । 2024 ସାଧାରଣ ନିର୍ବାଚନରେ ସେ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ହେଲେ ସେ ବାଜି ମାରିନଥିଲେ । କହିରଖୁଛୁ କି, ଓଡ଼ିଆ ସିନେମା ଏବଂ କୋଶଳ ରାଜ୍ୟ ଗଠନକୁ ନେଇ ମନ୍ତବ୍ୟ ଦେଇ ବିବାଦର ସମ୍ମୁଖୀନ ହୋଇଥିଲେ ମନୋଜ ।

Leave a Reply

Your email address will not be published. Required fields are marked *