Pratidin TV

Odisha's Digital News Platform

(ଭିଡିଓ)୪ଜଣଙ୍କୁ ଗିରଫ କରି ମନୋଜ ମିଶ୍ର ପ୍ରମାଣ ଦିଅନ୍ତୁ ଯେ ସେ ଓଲିଉଡ ପାଇଁ ଲଢୁଛନ୍ତି: ଅଭିନେତ୍ରୀ ସାନଲିଶା

ଓଲିଉଡ କଳି ଭିତରେ ଫସି ରହିଥିଲା ଓଡିଆ ଫିଲ୍ମ ପ୍ରଥା। ଯାହାକୁ ନେଇ ଚିନ୍ତାରେ ଥିଲେ ଅଭିନେତ୍ରୀ ତଥା ଫିଲ୍ମ ପ୍ରଯୋଜକ ସାନଲିଶା ପଟେଲ। କାନ୍ଦି କାନ୍ଦି ଅଭିନେତା ମନୋଜ ମିଶ୍ରଙ୍କୁ ସାହାଯ୍ୟ ମାଗିଥିଲେ। ହେଲେ ମନୋଜ ମିଶ୍ର ପକ୍ଷରୁ ତାଙ୍କ କୌଣସି ସହଯୋଗ ମିଳିପାରି ନଥିଲା। ଶେଷରେ ଅଭିନେତ୍ରୀ ସାନଲିଶା ସେକ୍ରେଟେରୀ ଅଫିସ ଯାଇ ହେମନ୍ତ ଶର୍ମାଙ୍କୁ ଭେଟିଥିଲେ। ଫିଲ୍ମ ପ୍ରଥାକୁ ନ୍ୟାୟ ଦେବା ପାଇଁ ସେ ଆଲୋଚନା କରିଥିଲେ ।

ମନୋଜଙ୍କ ଗୁମର ଖୋଲିବେ ଅନୁଭବ ମହାନ୍ତି , ସୋସିଆଲ ମିଡିଆରେ ଦେଲେ ଏଭଳି ୱାର୍ଣ୍ଣି …

ତେବେ ସମସ୍ତ କଥା ଶୁଣି ହେମନ୍ତ ଶର୍ମା କହିଛନ୍ତି ସେ ଓଏଫଡିସି ଚେୟାରମ୍ୟାନ କୁନା ତ୍ରିପାଠୀଙ୍କ ସହ କଥା ହୋଇ ଓଲିଉଡର କଳିର ଖୁବ ଶୀଘ୍ର ସମାଧାନ କରିବେ। ଓଲିଉଡରେ ଫିଲ୍ମକୁ ନେଇ ଯେଉଁ ସବୁ ସମସ୍ୟା ରହିଛି ତାହାର ସମାଧାନ କରାଯିବ। ତେବେ ତା ଭିତରେ ସାନଲିଶା କହିଛନ୍ତି ଯେ ପ୍ରଥା ଫିଲ୍ମର ପୋଷ୍ଟ ବ୍ୟାନର ଚିରି ପଛରେ ଯଦି ମନୋଜ ମିଶ୍ରଙ୍କ ହାତ ନାହଁ ତେବେ ସେ ଏହା ପ୍ରମାଣ କରି ଦେଖାନ୍ତୁ।ଏବଂ ଯେଉଁ ୪ଜଣ ବ୍ୟକ୍ତି ଏହି କାଣ୍ଡ ଭିଆଇଛନ୍ତି ସେମାନଙ୍କୁ ଗିରଫ କରାନ୍ତୁ। ଏବଂ ସେ ପ୍ରମାଣ କରି ଦେଖାନ୍ତୁ ଯେ ସେ ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ଲଢେଇ କରୁଛନ୍ତି ।

Leave a Reply

Your email address will not be published. Required fields are marked *