Pratidin TV

Odisha's Digital News Platform

I Love you 2 ଦେଖି ପୂର୍ବ ରାଗ ସୁଝାଇଲେ ମନୋଜ୍ ମିଶ୍ର ! କହିଲେ ଫିଲ୍ମ କୁ ଦେବେ ‘ମାଇନ୍ସ ୫ ମାର୍କ..

1 min read

 ଦୀର୍ଘ ବର୍ଷର ଅପେକ୍ଷାର ହେଇଛି ଅନ୍ତ । 20 ବର୍ଷର ବ୍ୟବଧାନ ପରେ ଆଜି ରିଲିଜ ହୋଇଛି ଓଡିଆ ଫିଲ୍ମ ‘ଆଇ ଲଭ ୟୁ’ର ସିକ୍ୱେଲ ବା ‘ଆଇ ଲଭ ୟୁ-ଟୁ’। 2004ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଆଇ ଲଭ ୟୁ’ ବେଶ ଲୋକପ୍ରିୟତା ହାସଲ କରିବା ସହ ସୁପରହିଟ୍ ପ୍ରମାଣିତ ହୋଇଥିଲା । ତେବେ  ଗଣେଶ ପୂଜା ଅବସରରେ ଓଡ଼ିଶାର ଜଣାଶୁଣା ଫିଲ୍ମ ନିର୍ମାତା ଟୁଟୁ ନାୟକ ‘ଆଇ ଲଭ ୟୁ-ଟୁ’ ରିଲିଜ କରିଛନ୍ତି  । ତେବେ ଫିଲ୍ମ ରିଲିଜ ପରେ  ଅଭିନେତା ମନୋଜ ମିଶ୍ର ଫିଲ୍ମକୁ ନେଇ ଟୁଟୁ ନାୟକଙ୍କ ଉପରେ ଖୁବ ବର୍ଷିଛନ୍ତି   । ଏବଂ ଫିଲ୍ମ ଦେଖି ଟୁଟୁ ନାୟକଙ୍କୁ କଟାକ୍ଷ କରିଛନ୍ତି ମନୋଜ ମିଶ୍ର ।  ପୂର୍ବରୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ଫିଲ୍ମ ଦେଖିଛନ୍ତି ମାଇଣ୍ଡ ଗେମ ତାରକା ମନୋଜ ମିଶ୍ର ଏବଂ ମାଇଣ୍ଡ ଗେମର ପୁରା ଟିମ  । ଫିଲ୍ମ ଦେଖି ନିଜ ରିଭ୍ୟୁ ସେୟାର କରିବା ସହ ଟୁଟୁଙ୍କ ଉପରେ ଖୁବ ବର୍ଷିଛନ୍ତି । ମନୋଜ ‘ଆଇ ଲଭ ୟୁ ଟୁ’ ଫିଲ୍ମକୁ ମାଇନ୍ସ 5 ଦେବି ବୋଲି କହିଛନ୍ତି  ।

ମନୋଜ ମିଶ୍ରଙ୍କ  ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ”ମୁଁ ସିନେମାକୁ ମାଇନ୍ସ ୫ ମାର୍କ ଦେବି । ମୁଁ ସିନେସି ନୁହେଁ ଜୋଗ୍ରାଫି ଚ୍ୟାନେଲ ଦେଖିବାକୁ ଆସିଛି । ସେ କହିଛନ୍ତି ମୋତେ ଲାଗିଲା ମୁଁ ଜୋଗ୍ରାଫି ଚ୍ୟାନେଲ ଦେଖିବାକୁ ଆସିଛି ଖାଲି କାଶ୍ମୀର ଦୃଶ୍ୟକୁ ଦେଖେଇ ମୁଁ ଘରେ ବି ବସି ୟାକୁ ଦେଖିପାରିବି । ପଶ୍ଚିମ ଓଡ଼ିଶାରେ ତ କେହି ଜାଣିନାହାନ୍ତି ଆଇ ଲଭ ୟୁ ୨ ବିଷୟରେ । ଯିଏ ଷ୍ଟୋରି ଲେଖିଛନ୍ତି ତାଙ୍କୁ କୋଟି କୋଟି ପ୍ରଣାମ କାରଣ ଏଭଳି ଷ୍ଟୋରି ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିକୁ ପୁରା ବର୍ବାଦ କରିଦେବ । ଏମିତି ଷ୍ଟୋରିରେ ଅମିତାଭ  ବଚ୍ଚନ ବି କିଛି କରିପାରିବନି ଏଥିରେ ଥିବା ନାୟିକା ବା କଣ କରିବେ । ଆଦିତ୍ୟ ଆଗକୁ ଯାଇ ଭଲ ନିର୍ଦ୍ଦେଶକଙ୍କ ସଂସ୍ପର୍ଶରେ ଆସି ଭଲ କରିବେ କିନ୍ତୁ ଏଇ ସିନେମାରେ ସେ ଆସି ଭୁଲ କରିଦେଲେ ।

ସୂଚନା ଥାଉ କି, ମାଇଣ୍ଡଗେମ ରିଲିଜ ପରେ ଟୁଟୁ ନାୟକ ଙ୍କ  ଫିଲ୍ମକୁ ବେକାର ବୋଲି କହିଥିଲେ । ତାହା ପର ଠାରୁ ମନୋଜ ମିଶ୍ର ଏବଂ ଟୁଟୁ ନାୟକଙ୍କ ବିବାଦ ବଢିଥିଲା । ବର୍ତ୍ତମାନ ଟୁଟୁଙ୍କ ‘ଆଇ ଲଭ ୟୁ୨’ ରିଲିଜ ହୋଇଥିବା ବେଳେ ରାଗ ସୁଝାଇଛନ୍ତି ମନୋଜ । ପୂର୍ବରୁ ମନୋଜ ଏକ ଭିଡିଓ କରି ଫିଲ୍ମ ଦେଖି ରିଭ୍ୟୁ ଦେବେ ବୋଲି କହିଥିଲେ । ତେବେ ଫିଲ୍ମ ଦେଖିବା ପରେ ସେ  ‘ଆଇ ଲଭ ୟୁ୨ କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *