Pratidin TV

Odisha's Digital News Platform

(ଭିଡିଓ) ମୋ ଭଳି ସିନେମା କରିବାକୁ ଟୁଟୁ ନାୟକର ଟ୍ୟାଲେଣ୍ଟ ନାହିଁ, ଏଭଳି କିଛି କହିଲେ ଅଭିନେତା ମନୋଜ..

ଭୁବନେଶ୍ୱର : ଓଲିଉଡରେ ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବ୍ୟାନ କରାଯାଇଛି । ଯାହାକୁ ନେଇ ଏବେ ଓଡିଆ ଇଣ୍ଡଷ୍ଟ୍ରିରେ ବିବାଦ ତେଜିବାରେ ଲାଗିଛି । ମନୋଜଙ୍କୁ ବିନ୍ୟା କରିବା ପରେ ମୁହଁ ଖୋଲିଛନ୍ତି ଅିଭନେତା । ସେ କହିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରି କେବଳ କଟକ ,ଭୁବନେଶ୍ୱରର ନୁହେଁ ସାରା ଓଡିଶାରର । ଏଥିରେ ଓଡିଶାର ସବୁ କଳାକାର ମାନେ ନିଜ ଅଭିନୟ ଦେଖାଉଛନ୍ତି । ମୁଁ ବି ଜଣେ ଓଡିଆ ଅଭିନେତା । ମୋତେ ବ୍ୟାନ୍ କରାଯାଇଛି ବୋଲି କିଛି ଚିଠି ପାଇନି ।

ମୋତେ ଟୁଟୁ ନାୟକ ବ୍ୟାନ୍ କରିଥିବା ନେଇ ମିଡିଆରେ କହିଛନ୍ତି । ହେଲେ ସେ ଟୁଟୁ ନାୟକ କିଏ । ତାଙ୍କୁ କିଏ ସେ ଅଧିକାର ଦେଇଛି । ମୁଁ ଚାହୁଁଛି ଓଡିଆ ଫିଲ୍ମ ସମସ୍ତେ ଦେଖନ୍ତୁ । ସେ ମେତେ କଣ ବ୍ୟାନ କରିବେ । ମୁଁ ତାଙ୍କୁ ବ୍ୟାନ କରୁଛି ,ଟୁଟୁ ନାୟକଙ୍କ କୌଣସି ଫିଲ୍ମ କରିବି ନାହିଁ । କାରଣ ସେ ଏଭଳି ଫିଲ୍ମ କରି ପାରିବେ ନାହିଁ । ତାଙ୍କର କୌଣସି ଟ୍ୟାଲେଣ୍ଟ ନାହିଁ । ଆହୁରି ମନୋଜ ମିଶ୍ର କହିଛନ୍ତି ଯେ ମୁଁ ଶୁଣିବାକୁ ପାଉଛି ଯେ ସେମାନେ ମୋ ବିପକ୍ଷରେ ଆହୁରି ଅନେକ ଷଡଯନ୍ତ୍ର କରୁଛନ୍ତି ।

Leave a Reply

Your email address will not be published. Required fields are marked *