Pratidin TV

Odisha's Digital News Platform

ମନୋଜ ମିଶ୍ରଙ୍କ ବଢ଼ିଲା ଅଡୁଆ ,ସାଇବର ଥାନାରେ ଏତଲା ଦେଲେ ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ….

1 min read

ସୋସିଆଲ୍ ମିଡିଆରେ ଆପତ୍ତିଜନକ ମନ୍ତବ୍ୟଦେଇ ଏବେ ଅଡୁଆରେ ଅଭିନେତା ମନୋଜ ମିଶ୍ର । ମନୋଜ ମିଶ୍ରଙ୍କ ନାଁରେ ସାଇବର ଥାନାରେ ଏତଲା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଅଭିଯୋଗ ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ କରିଛନ୍ତି ।

ଏହି ମାମଲାରେ ସଙ୍ଘର ସଭାପତି ସବ୍ୟସାଚୀ ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି, ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିକୁ ୮୮ ବର୍ଷ ହେଲାଣି। ଓଡ଼ିଶାରେ କେତେ ବଡ଼ବଡ଼ ନିର୍ଦ୍ଦେଶକ ଥିଲେ। ସେମାନେ କେଡେ ବଡ଼ବଡ଼ ଫିଲ୍ମ ଦେଇଯାଇଛନ୍ତି। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସେହି ସବୁ ଫିଲ୍ମ ନାଁ କରିଛି। ଆମମାନଙ୍କର ମଧ୍ୟ ଫିଲ୍ମ ଲାଇନ୍‌ରେ ୫୦ ବର୍ଷ ହୋଇଗଲାଣି। ଏହା ପରେ ମଧ୍ୟ ମନୋଜ ମିଶ୍ର ବିଭିନ୍ନ ସମୟରେ କହି ଚାଲିଛନ୍ତି ଓଡ଼ିଶାରେ ଭଲ ନିର୍ଦ୍ଦେଶକ ନାହାନ୍ତି। ଏଭଳି ମନ୍ତବ୍ୟ ଦେବା ନିଶ୍ଚିତ ଅରଚୁକର। ତା’ପରେ ସେ ଯେଉଁଭଳି ଢଙ୍ଗରେ ମନ୍ତବ୍ୟ ଦେଉଛନ୍ତି, ତାହା ଅତି ନିମ୍ନମାନର। ଯାହା ଆମ ସମସ୍ତଙ୍କୁ କ୍ଷୁବ୍ଧ କରିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ବଡ଼ ପରିବର୍ତ୍ତନ ହୋଇଛି।

Advertisement

ଏବେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ନେଇ ବହୁତ ଭଲ ଫିଲ୍ମ ତିଆରି ହେଲାଣି। ତାହାଭିତରୁ କିଛି ଫିଲ୍ମ ଭଲ ବିଜନେସ୍‌ ମଧ୍ୟ କରୁଛି। ହେଲେ ସିଏ ଯେଉଁଭଳି ଢ଼ଙ୍ଗରେ କହୁଛନ୍ତି, ତାକୁ ନେଇ ଲୋକଙ୍କ ଭିତରେ ଗୋଟିଏ ଅଲଗା ଭାବନା ସୃଷ୍ଟି ହେଉଛି। ଲୋକେ ଭାବିବେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାହା ସହିତ କାହାର ପଡୁନି, ଏମାନେ ଭଲ ଫିଲ୍ମ ତିଆରି କରୁନାହାନ୍ତି। ଆମେ ହଲ୍‌କୁ ଯିବା ନାହିଁ ବୋଲି ଲୋକଙ୍କ ମନରେ ଭାବନା ସୃଷ୍ଟି ହେଉଛି। ତାଙ୍କ ମନ୍ତବ୍ୟ ଓଡ଼ିଶା ଫିଲ୍ମକୁ ପ୍ରଭାବିତ କରିଛି। ଯେଉଁଥିପାଇଁ ଆମେ ସାମ୍ନାକୁ ଆସିବା ପାଇଁ ବାଧ୍ୟ ହେଲୁ। ତେଣୁ ଆମେ ଚାହୁଁଛୁ ସେ ଏଥିରୁ ନିବୃତ ରୁହନ୍ତୁ ବୋଲି କହିଛନ୍ତି ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ।

। ତେବେ ଏହି ଅଭିଯୋଗ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *