Pratidin TV

Odisha's Digital News Platform

ହେବ ମନୁ -ନୀରଜଙ୍କ ବିବାହ ! ମୁହଁ ଖୋଲିଲେ ମନୁଙ୍କ ବାପା..

ଶେଷ ହୋଇଛି ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସ। ଏହି ଅଲିମ୍ପିକ୍ସରେ ଭାରତ ମୋଟ୍‌ ୬ଟି ପଦକ ଜିତିଥିଲା। ଏହି ଅଲିମ୍ପିକ୍ସର ଭାରତର ପ୍ରଥମ ପଦକ ମହିଳା ଶୁଟର ମନୁ ଭାକର ଜିତିଥିଲେ। ଭାରତ ମୋଟ୍‌ ପାଞ୍ଚଟି ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଗୋଟିଏ ରୌପ୍ୟ ପଦକ ଜିତିଛି। ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିଲେ।

ନୀରଜ ଚୋପ୍ରା ଏବଂ ମନୁ ଭାକରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ଉଭୟ ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ ହେବା ମାତ୍ରେ ସେମାନଙ୍କ ସମ୍ପର୍କର ଗୁଜବ ଭାଇରାଲ ହେବାରେ ଲାଗିଲା। ବର୍ତ୍ତମାନ ମନୁ ଭାକରଙ୍କ ପିତା ଏହି ଗୁଜବ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।  ଭିଡିଓରେ ନୀରଜ ଚୋପ୍ରା ଏବଂ ମନୁ ଭାକର ପରସ୍ପର ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଭିଡିଓରେ ଏହା ଦେଖିବାକୁ ମିଳିଥିଲା ଯେ ମନୁ ଭାକରଙ୍କ ସହ କଥାବାର୍ତ୍ତା ବେଳେ ନୀରଜ ଚୋପ୍ରାଙ୍କ ମୁଣ୍ଡ ନୁଆଁଇ କଥା ହୋଇଥିଲେ।

ଏହା ବ୍ୟତୀତ ପୂର୍ବରୁ ଅନ୍ୟ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ମନୁ ଭକରଙ୍କ ମା’ ସୁମେଧା ଭାକର ଜାଭେଲିନ ତାରକା ନୀରଜ ଚୋପ୍ରାଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓରେ ସୁମେଧା ମଧ୍ୟ ନୀରଜ ହାତ ଆଣି ନିଜ ମୁଣ୍ଡରେ ରଖୁଥିବାର ନଜର ଆସିଥିଲେ। ମନୁଙ୍କ ମା’ ଏବଂ ନୀରଜ ଚୋପ୍ରାଙ୍କ ଭିଡିଓ ଭାଇରାଲ ହେବା ମାତ୍ରେ ଉଭୟଙ୍କ ବିବାହ ଖବର ଭାଇରାଲ ହୋଇଥିଲା। ତେବେ ଏହାରି ମଧ୍ୟରେ ଦୁହିଁଙ୍କ ବିବାହ ଖବର ବିଷୟରେ ସ୍ପଷ୍ଟ କରିଛନ୍ତି ମନୁ ଭାକର ।  ମନୁ ଭାକରଙ୍କ ପିତା ରାମ କିଷାନ ଭାକର କହିଛନ୍ତି, “ମନୁ ବହୁତ ଛୋଟ ଏବଂ ଆମେ ଏବେ ତାଙ୍କ ବିବାହ ବିଷୟରେ ଚିନ୍ତା କରୁନାହୁଁ ।’ ଗଣମାଧ୍ୟମ ସହ ଆଲୋଚନା ବେଳେ ମନୁ ଭାକରଙ୍କ ପିତା ରାମ କିଷାନ ଭାକର କହିଛନ୍ତି, “ମନୁ ଏବେ ବହୁତ ଛୋଟ । ତାର ଏବେ ବିବାହ କରିବାକୁ ବୟସ ହୋଇନାହିଁ, ଆମେ ଏ ବିଷୟରେ ଏବେ ଚିନ୍ତା ମଧ୍ୟ କରୁନାହୁଁ ।” ସେ ନିଜ ପତ୍ନୀ ଏବଂ ନୀରଜ ଚୋପ୍ରାଙ୍କ ଭାଇରାଲ ଭିଡିଓ ଉପରେ ମନ୍ତବ୍ୟ ରଖି ରାମ କିଷାନ କହିଛନ୍ତି, “ମନୁଙ୍କ ମାଆ ନୀରଜଙ୍କୁ ତାଙ୍କ ପୁଅ ଭଳି ଦେଖନ୍ତି ।”

Leave a Reply

Your email address will not be published. Required fields are marked *