Pratidin TV

Odisha's Digital News Platform

ନିରଜଙ୍କୁ ହୃଦୟର କଥା ଖୋଲି କହିଦେଲେ ମନୁ ଭାକର , ସୋସିଆଲ ମିଡିଆରେ ହେଉଛି ଚର୍ଚ୍ଚା …

1 min read

ସୁଟର ମନୁ ଭାକର ଓ ଜାଭେଲିନ ଖୋଳାଳି ନୀରଜ ଚୋପ୍ରା ପରସ୍ପର ସହ ହେଉଛନ୍ତି କଥାବାର୍ତ୍ତା । ଦୁହେଁ ଦୁହିଁଙ୍କ ସହ ଯେପରି କଥା ହେଉଛନ୍ତି ଏହା ଗୋଟିଏ କଥା କୁ ଇଙ୍ଗିତ ଦେଉଛି । ଲାଗୁଛି ଯେମିତି ଦୁହେଁ ଦୁହିଁଙ୍କୁ ପରସ୍ପରକୁ ପସନ୍ଦ କରୁଛନ୍ତି । ଗତ କିଛିଦିନ ପୂର୍ବରୁ ନୀରଜ-ମନୁ ଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା   ।ବର୍ତ୍ତମାନ ନୀରଜ ଙ୍କ ପାଇଁ ଏଭଳି ପୋଷ୍ଟ କରିଛନ୍ତି ମନୁ ଭାକର। ସୂଚନାନୁଯାୟୀ ବ୍ରସେଲ୍ସରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍‌ ଫାଇନାଲରେ ଭାରତର ତାରକା ଜାଭେଲିନ ଖୋଳାଳି ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ସେ ଏକ ସେଣ୍ଟିମିଟର ପାଇଁ ଚାମ୍ପିଅନ ହେବାକୁ ବଞ୍ଚିତ ହୋଇଥିଲେ। ଏହା ପରେ ନୀରଜ ଏକ ପୋଷ୍ଟ ମାଧ୍ୟମରେ କହିଥିଲେ,ତାଙ୍କ ହାତରେ ଫ୍ରାକ୍ଚର ଅଛି ଏବଂ ଏହା ସତ୍ତ୍ୱେ ସେ ଖେଳିବାକୁ ଆସି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଚଳିତ ସିଜିନ୍‌ ଶେଷ ହୋଇଛି ଏବଂ ବର୍ତ୍ତମାନ ଆଗାମୀ ସିଜନରେ ଅଧିକ ଶକ୍ତିଶାଳୀ ଭାବେ ପ୍ରତ୍ୟାବର୍ତ୍ତନ କରିବି। ଏହି ପୋଷ୍ଟରେ ପ୍ରଶଂସକଙ୍କ ଠାରୁ ଅନେକ ପ୍ରତିକ୍ରିୟା ଆସିଥିଲା ଏବଂ ସମସ୍ତେ ନୀରଜଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

ଏହି ପୋଷ୍ଟରେ ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ସୁଟର ମନୁ ଭାକରଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି। ସେ ନୀରଜଙ୍କ ଟୁଇଟ୍‌କୁ ଶେୟାର କରି ଏହାର କ୍ୟାପସନରେ କିଛି ଲେଖିଛନ୍ତି ଯାହା ପ୍ରଶଂସକଙ୍କ ହୃଦୟ ଜିତିଛି। ମନୁ ନୀରଜଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଆଘାତରୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ନୀରଜଙ୍କ ପୋଷ୍ଟର ପ୍ରତିକ୍ରିୟାରେ ସେ ଲେଖିଛନ୍ତି,୨୦୨୪ରେ ଏକ ଚମତ୍କାର ସିଜିନ୍‌ ପାଇଁ ନୀରଜଙ୍କୁ ଅଭିନନ୍ଦନ। ମୁଁ ତୁମର ଶ୍ରୀଘ୍ର ଆରୋଗ୍ୟ ସହ ଏବଂ ଆଗାମୀ ବର୍ଷରେ ଅଧିକ ସଫଳତା କାମନା କରୁଛି।

Leave a Reply

Your email address will not be published. Required fields are marked *