ଇତିହାସ ରଚିଲେ ମନୁ ଭାକର ,ଭାରତକୁ ମିଳିଲା ଆଉ ୨ ପଦକ ..
1 min readପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ଭାରତୀୟ ଶୁଟର ମନୁ ଭାକର । ୧୦ମିଟର ଏୟାର ପିସ୍ତଲ ଟିମ ଇଭେଂଟରେ ଭାରତୀୟ ଯୋଡି ମନୁ ଭାକର ଓ ସରବଜିତ ସିଂ ବ୍ରୋଞ୍ଜ ଉଭୟ ପଦକ ହାସଲ କରିଛନ୍ତି ।ଏହାସହ ଏଥିସହ ମନୁ ପ୍ରଥମ ଭାରତୀୟ ଖେଳାଳି ଭାବେ ଗୋଟିଏ ଅଲିମ୍ପିକ୍ସରେ ଏକାଧିକ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି ।
ପଦକ ଜିତିବାରେ ୨୨ ବର୍ଷୀୟା ମନୁ ପ୍ରଥମ ଭାରତୀୟ ମହିଳା ଓ ୧୦ ମିଟର ଏୟାର ପିସ୍ତଲ୍ ବର୍ଗରେ ପଦକ ଜିତିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଲାଭ କରିଥିଲେ। ୧୨ ବର୍ଷ ପରେ ଭାରତକୁ ବନ୍ଧୁକ ଚାଳନାରୁ ପଦକମିଳିଥିବା ବେଳେ ମନୁ ଭାରତକୁ ଏକାସାଙ୍ଗରେ ୨ଟି ପଦକ ଭେଟି ଦେଇଛନ୍ତି। ସ୍ୱାଧୀନତା ପରେ ମନୁ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ ହୋଇଛନ୍ତି ।