Pratidin TV

Odisha's Digital News Platform

ପଦକ ଦେଲେ ମନୁ ଭାକର , ଖୁସିରେ ବିଭୋର ହୋଇ ମୋଦି କହିଲେ ଏମିତି ..

1 min read

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତର ଯୁବ ଶୁଟର ମନୁ ଭାକର। ସେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି। ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାତେଇଛନ୍ତି। ସେ ୨୨୧.୭ ପଏଣ୍ଟ ସ୍କୋର କରି ଏପରି ସଫଳତା ହାସଲ କରିଛନ୍ତି। ତାଙ୍କର ସଫଳତା ପରେ ଏବେ ସାରା ଦେଶରେ ଖୁସିର ମାହୋଲ ଖେଳିଯାଇଛି । ଚାରିଆଡେ ମନୁ ଭାକର ଙ୍କ ପାଇଁ ଛୁଟୁଛି ପ୍ରଶଂସା ର ସୁଅ । ଏବେ ତାଙ୍କ ପ୍ରଶଂସା ର ସତମୁଖ ହୋଇପଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡ଼ିଆ ଏକ୍ସ ମାଧ୍ୟମରେ ଜଣାଇଛନ୍ତି ମନୁଙ୍କୁ ଶୁଭେଚ୍ଛା  ।

ସେ କହିଛନ୍ତି, ଏକ ଐତିହାସିକ ପଦକ। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ପ୍ରଥମ ପଦକ ଜିତିବା ପାଇଁ ମନୁ ଭାକରଙ୍କୁ ଅଭିନନ୍ଦନ। ଏହି ସଫଳତା ଆହୁରି ସ୍ବତନ୍ତ୍ର କାରଣ ସେ ପ୍ରଥମ ମହିଳା ହୋଇ ଭାରତ ପାଇଁ ଶୁଟିଂରେ ପଦକ ଜିତିଛନ୍ତି। ଏକ ଅବିଶ୍ୱସନୀୟ ସଫଳତା । ପ୍ରଥମ ସିରିଜର ୫ ଶୁଟରେ ମନୁ ଭାକର ୩ ଥରରୁ ୧୦ରୁ ଅଧିକ ପଏଣ୍ଟ ସ୍କୋର କରିଥିଲେ। ଦ୍ୱିତୀୟ ସେଟ ପରେ ତାଙ୍କୁ ପଏଣ୍ଟ ୧୦୦.୩ ହୋଇଯାଇଥିଲା। ସେ ପୂରା ରାଉଣ୍ଡରେ ୩ ନଂରୁ ତଳକୁ ଖସି ନାହାନ୍ତି। ଏକଦା ସେ ଦୁଇ ନମ୍ବର ସ୍ଥାନକୁ ମଧ୍ୟ ଚାଲି ଯାଇଥିଲେ। ହେଲେ ଶେଷ ରାଉଣ୍ଡରେ ତାଙ୍କ ଠାରୁ ଦକ୍ଷିଣ କୋରିଆର କିମ ଭଲ ପ୍ରଦର୍ଶନ କରିଥିଲେ। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଓ ରୌପ୍ୟ ପଦକ ଦକ୍ଷିଣ କୋରିଆ ପାଖକୁ ଯାଇଛି। ସ୍ୱର୍ଣ୍ଣ ପଦକ ୱାଇ ଜେ ଓହ ଜିତିଥିବା ବେଳେ କିମ ରୌପ୍ୟ ପଦକ ପାଇଛନ୍ତି। ଉଭୟଙ୍କ ସ୍କୋର ଯଥାକ୍ରମେ ୨୪୩.୨ ଓ ୨୪୧.୩ ରହିଥିଲା।

Leave a Reply

Your email address will not be published. Required fields are marked *