Pratidin TV

Odisha's Digital News Platform

ସଫଳତାର ରାଜ କହିଲେ ମନୁ, ଫାଇନାଲ ମ୍ୟାଚ ସମୟରେ ମନରେ ଥିଲା ଭାଗବତ ଗୀତ

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ଖାତା ଖୋଲିଛନ୍ତି ଶୁଟର ମନୁ ଭାକର। ହରିୟାଣାର ଝାଝରରେ ଜନ୍ମିତ ୨୨ ବର୍ଷୀୟା ମନୁ ଫ୍ରାନ୍ସର ଚାଟାରକ୍ସରେ ଜିତିଛନ୍ତି ଐତିହାସିକ ବ୍ରୋଞ୍ଜ ପଦକ। ନିଜର ଏହି ସଫଳତାର ଶ୍ରେୟ ସେ ଶ୍ରୀମଦ ଭଗବଦ୍‌ ଗୀତାକୁ ଦେଇଛନ୍ତି। ଫାଇନାଲ ମ୍ୟାଚ ସମୟରେ ମନୁଙ୍କୁ ଶ୍ରୀମଦଭଗବଦ ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଉପଦେଶ ବହୁତ ସହଯୋଗ କରିଥିଲା।

ମନୁ କହିଥିଲେ, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଯେ, କେବଳ ନିଜ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କର। ଫଳକୁ ଆଶା କରନାହିଁ। ଏହି କଥା ଫାଇନାଲ ମ୍ୟାଚ ସମୟରେ ସେ ସ୍ମରଣ କରୁଥିଲେ। ସେ କେବଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଧ୍ୟାନ ଦେଇଥିଲେ। କିନ୍ତୁ ତାଙ୍କ ଭାଗ୍ୟ ତାଙ୍କ ନିୟନ୍ତ୍ରଣରେ ନ ଥିଲା।

ଟୋକିଓ ବିଫଳତା ପରେ ସେ ନିୟମିତ ଗୀତା ପଢିବା ଆରମ୍ଭ କରିଥିଲେ ବୋଲି କହିଛନ୍ତି ମନୁ। ଏହି ଘଟଣା ପରେ ସେ ଧର୍ମ ଆଡକୁ ଆକର୍ଷିତ ହୋଇଥିଲେ। ନିୟମିତ ଗୀତା ପଢିବା ତାଙ୍କୁ ମାନସିକ ଭାବରେ ଦୃଢ କରିଥିଲା। ଗୀତାର ଶ୍ଳୋକ କର୍ମ କରିଚାଲ ଫଳକୁ ଆଶା ରଖ ନାହିଁ, ଏହାକୁ ହିଁ ସେ ସର୍ବଦା ମନରେ ରଖିଥିଲେ ବୋଲି ମଧ୍ୟ କହିଛନ୍ତି। ଏହା ସହିତ ଭେଟେରାନ୍‌ ଶୁଟର ତଥା କୋଚ୍‌ ଯଶପାଲ ରାଣାଙ୍କ ଉପସ୍ଥିତି ତାଙ୍କ ମନୋବଳକୁ ଆହୁରି ଦୃଢ କରିଥିଲା ବୋଲି ମଧ୍ୟ ସେ କହିଛନ୍ତି।

Leave a Reply

Your email address will not be published. Required fields are marked *