ଆଜିଠୁ ଦେଶରେ ଅନେକ ପରିବର୍ତ୍ତନ ! ଏଲପିଜି ଠାରୁ କ୍ରେଡିଟ୍ କାର୍ଡ ଯାଏଁ ବଦଳିବ ନିୟମ
1 min readଆଜିଠାରୁ ଦେଶରେ ଦେଖିବାକୁ ମିଳିବ ଅନେକ ପରିବର୍ତ୍ତନ | ଜୁଲାଇ ମାସର ଆରମ୍ଭରେ ସିଧାସଳଖ ପ୍ରଭାବ ଲୋକଙ୍କ ପକେଟ୍ ଉପରେ ପଡିବ। ଏଲ୍ପିଜି ସିଲିଣ୍ଡର ଠାରୁ ଆରମ୍ଭ କରି କ୍ରେଡିଟ କାର୍ଡ ଯାଏଁ ସବୁ ନିୟମରେ ଆସିପାରେ ନୂଆ ପରିବର୍ତ୍ତନ |
ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଏଟିଏଫ ଏବଂ ସିଏନଜି-ପିଏନଜି ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ତେଣୁ ଜୁଲାଇରୁ ଏହାର ନୂଆ ମୂଲ୍ୟ ଘୋଷଣା କରିପାରନ୍ତି ତୈଳ ମାର୍କେଟିଂ କମ୍ପାନୀ। RBI ର ନୂଆ ନିୟମ ଅନୁଯାୟୀ, ଭାରତ ବିଲ୍ ପେମେଣ୍ଟ ସିଷ୍ଟମ୍ ମାଧ୍ୟମରେ କ୍ରେଡିଟ୍ କାର୍ଡ ଦେୟ ପ୍ରଦାନ କରାଯିବ। ଯାହା ଡିଜିଟାଲ୍ ପେମେଣ୍ଟ ଉପରେ ସିଧାସଳଖ ପ୍ରଭାବ ପକାଇବ।
ଅନ୍ୟପକ୍ଷରେ ମୋବାଇଲ୍ ନମ୍ବର ପୋର୍ଟେବିଲିଟି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ଯେଉଁଥିରେ ସିମ୍ କାର୍ଡ ପୋର୍ଟ ନିୟମ ବଦଳିଯିବ। ଏହି ଅନୁଯାୟୀ ଯଦି ଆପଣଙ୍କର ସିମକାର୍ଡ କୌଣସି କାରଣରୁ ନଷ୍ଟ ହୋଇଯାଏ, ତେବେ ଆପଣ ୭ ଦିନ ପରେ ସିମ୍ କାର୍ଡ ପାଇବେ ।