ପୁଣି ମାତିଲେ ଲାଲବାହିନୀ : ମାଓବାଦୀଙ୍କ ଆଇଇଡି ବିସ୍ପୋରଣରେ ଗୁରୁତର ୨ ଯବାନ
1 min readବର୍ବରତାର ସବୁ ସୀମା ଟପିଲେ ମାଓବାଦୀ । ଜଙ୍ଗଲ ଭିତରେ କଲେ ଆଇଡି ବିସ୍ଫୋରଣ । ବୌଦ୍ଧ ଜିଲ୍ଲା ନଳୀକୁମ୍ପା ଓ ବଲମତୁମା ଜଙ୍ଗଲରେ ଏପରି ବର୍ବରକାଣ୍ଡ ଭିଆଇଛନ୍ତି ମାଓବାଦୀ । ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର ହୋଇଛନ୍ତି । ଆହତ ଦୁଇ ଯବାନଙ୍କୁ ବଲାଙ୍ଗିର ମେଡିକାଲରୁ ଏୟାରଲିଫ୍ଟ କରାଯାଇଛି । ବଲାଙ୍ଗିରରେ ପ୍ରଥମେ ଉଭୟ ଯବାନଙ୍କ ସିଟି ସ୍କାନ୍ କରିବା ପରେ ଦୁଇ ଯବାନଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଛି ।
ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ନଳୀକୁମ୍ପା ଜଙ୍ଗଲରେ ଯବାନମାନେ ସର୍ଚ୍ଚ ଅପରେସନ୍ କରୁଥିବାବେଳେ ହଠାତ୍ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୨ ଝଙଏ ଯବାନ ଗୁରୁତର ଆହତ ହୋଇଥିଲେ । ବିସ୍ଫୋରଣରେ ଆହତ ଯବାନଙ୍କୁ ପ୍ରଥମେ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସିଟି ସ୍କାନ୍ କରିବା ପରେ ଉଭୟ ଯବାନଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଛି ।