Pratidin TV

Odisha's Digital News Platform

ସାବଧାନ ! ମାର୍କେଟ ବିଲ୍ଡିଂରେ ମାତିଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ୍

1 min read

ଭୁବନେଶ୍ୱର : ରଜ ସପିଂ ନେଇ ମାର୍କେଟ ବିଲ୍ଡିରେ ଲାଗୁଛି ଲୋକଙ୍କ ଖଚାଖଚ ଭିଡ । କୁଆଁରୀମାନେ ନିଜ ପାଇଁ ଡ୍ରେସ୍ ପଟା ସଜବାଜ ଜିନିଷ କିନିବାକୁ ଧାଇଁ ଆସୁଛନ୍ତି କାଇଁ କେତେ ଦୂରରୁ । ଏଥରର ରଜବଜାର ସରଗରମ ଥିଲା ବେଳେ କ୍ୟାପିଟାଲ ଥାନା ଅଞ୍ଚଳରେ ମହିଳା ଲୁଟେରା ଗ୍ୟାଙ୍ଗ କରୁଛନ୍ତି ହାତ୍ ସାଫ୍ ।

ମାର୍କେଟ ବିଲ୍ଡିଂରେ ସପିଂ ଆଳରେ କରୁଛନ୍ତି ହାତ ସଫେଇ । ଅସମ୍ଭାଳ ଭିଡର ସୁଯୋଗ ନେଇ ଦୋକାନ ଭିତରୁ କରୁଛନ୍ତି ଲୁଟ । ଗହଳି ଭିତରେ ମହିଳାଙ୍କ ଠାରୁ ଲୁଟୁଛନ୍ତି ମନିପର୍ସ , ଓ ଦୋକାନ ମାନଙ୍କରୁ ଜିନିଷ । ଭିଡ ଭିତରେ ଦୋକାନୀ ଗ୍ରାହକମାନଙ୍କୁ ଜିନିଷ ଦେଖାଉଥିବା ସମୟରେ ଏହି ଭିଡର ଫାଇଦା ଉଠାଇ ଦୋକାନରୁ କରୁଛନ୍ତି ଲୁଟ୍ ।

Advertisement

ଗତ ସପ୍ତାହ ମଧ୍ୟରେ ମାର୍କେଟ ବିଲ୍ଡିଂରୁ ଲୁଟ ନେଇ ଆସିଛି ୮ ଟି ଅଭିଯୋଗ । ପାର୍କିଂରୁ ବାଇକ ଲୁଟ ନେଇ ମଧ୍ୟ ଅଭିଯୋଗ ହେଉଛି । ଭିଡ଼ ସମୟରେ ସତର୍କ ରହିବାକୁ କମିଶନରେଟ ପୋଲିସର ପରାମର୍ଶ ଦେଇଛି । କିଛି ଦିନ ତଳେ ନୟାପଲ୍ଲୀ ପୋଲିସ ଏଭଳି ଏକ ଗ୍ୟାଙ୍ଗକୁ କାବୁ କରିଥିଲା ।

Leave a Reply

Your email address will not be published. Required fields are marked *