Pratidin TV

Odisha's Digital News Platform

ନିଲାମ ହେଲା ମରିଚିକୁଣ୍ଡା ପାଣି, ୩୦ ହଜାରରେ ପ୍ରଥମ କଳସୀ ..

ଭୁବନେଶ୍ୱର : ୩୦ ହଜାରରେ ନିଲାମ ହେଲା ମରିଚିକୁଣ୍ଡାର ପ୍ରଥମ କଳସୀ ପାଣି । ମଙ୍ଗଳବାର ରାତି ପ୍ରାୟ ୧୧.୫୦ ମିନିଟରେ ମରୀଚିକୁଣ୍ଡା ପାଣି ଯାଇ ରଥ ପ୍ରତିଷ୍ଠା କରାଯାଇଥିଲା । ପରମ୍ପରା ଅନୁଯାୟୀ ମରୀଚିକୁଣ୍ଡ ପାଣି ନିଲାମ ହୋଇଥିଲା। ସୂଚନାଯୋଗ୍ୟ ଯେ ମରିଚିକୁଣ୍ଡର ପ୍ରଥମ କଳସୀ ପାଣିକୁ ୩୦ ହଜାର ଟଙ୍କାରେ ମାଳତୀ ସିରେନ୍ ନିଲାମ ଧରିଥିବା ବେଳେ ଦ୍ୱିତୀୟ କଳସ ପାଣିକୁ ୧୬ ହଜାର ଟଙ୍କାରେ ଶୀତଳ ରାଉତ୍ ନିଲାମ ନେଇଛନ୍ତି । ତେବେ ବିଧି ଅନୁସାରେ ବଡୁ ନିଯୋଗ ପକ୍ଷରୁ ଏହି ନିଲାମ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

ଆଜି ପବିତ୍ର ଅଶୋକାଷ୍ଟମୀ । ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱରର ରଥଦାଣ୍ଡରେ ଗଡିବ ରୁକୁଣା ରଥ । ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ରଥରେ ଯିବେ ମାଉସୀ ଘର । ଏନେଇ ମଙ୍ଗଳବାର ମଧ୍ୟ ରାତ୍ରରେ ରଥଖଳାରେ ରଥ ପ୍ରତିଷ୍ଠା କରାଯାଇଥିଲା । ବିଧି ଅନୁସାରେ ରଥ ଅଗ୍ରରେ ନେତ ବନ୍ଧା ହେବା ସହ ପ୍ରତିଷ୍ଠା ପୂଜା ସମାହିତ ହୋଇଥିଲା । ସପ୍ତମୀ ତିଥି ପୂଜାବିଧି ମୂତାବକ କେଦାରଗୌରୀ ନିକଟ ତଥା ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡରୁ ପାଣି ଆସିବା ପରେ କ୍ଷେତ୍ରବାସୀ ବ୍ରାହ୍ମଣ ନିଯୋଗରେ ସେବାୟତମାନେ ରଥ ପ୍ରତିଷ୍ଠା ପୂଜା କରିଥିଲେ ।

Leave a Reply

Your email address will not be published. Required fields are marked *