Pratidin TV

Odisha's Digital News Platform

ପୁଣି ଏକ ହେଲେ ପ୍ରଭୁଶ୍ରୀରାମ ମାଆ ସୀତା,ବଡ ଧୁମଧାମରେ ଶେଷ ହେଲା ଦମ୍ପତ୍ତିଙ୍କ ବିବାହ..

1 min read

ବାଜୁଛି ସାହାନାଇ , ଫୁଟୁଛି ବାଣ । ସାଙ୍ଗରେ ନେଇ ବରଯାତ୍ରୀ ରୋଷଣୀ କରି ବିବାହ ପାଇଁ ବାହାରିଛନ୍ତି ବର । ଧରାପୃଷ୍ଠରେ ମହା ପ୍ରଭୁ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମ ଚନ୍ଦ୍ର ଭଗବାନ କରୁଛନ୍ତି ମାନବୀୟ ଲୀଳା । ଆୟୋଜିତ ହେଲା ଦେବା ଦେବୀଙ୍କ ବିବାହ । ସାଧାରଣ ବାହାଘର ଭଳି ଶୋଭଯାତ୍ରାରେ ଆସିଲେ ବର ଓ ପରମ୍ପରା ଅନୁଯାୟୀ ପଡିଲା ହାତଗଣ୍ଠି । ପୁରଣବର୍ଣ୍ଣିତ ଭଦ୍ରକ ଜିଲ୍ଲା ର ଦିଅରକୁଣ୍ଡ ବା ସୀତା କୁଣ୍ଡ ନିକଟ ଶ୍ରୀ ରାମ ଙ୍କ ମନ୍ଦିର ରେ ଆୟୋଜିତ ହୋଇଛି ଏହି ଦେବ ଦମ୍ପତ୍ତିଙ୍କ ବିବାହ । ଭଦ୍ରକ ଜିଲ୍ଲା କାଉପୁର ଠାରେ ରହିଛି ପୁରାଣ ବର୍ଣ୍ଣିତ ଦେବର କୁଣ୍ଡ ବା ସୀତା କୁଣ୍ଡ । ଏହି ସ୍ଥାନ ଶ୍ରୀରାମ ଙ୍କ ବନବାସ ସମୟ ସହ ଜଡିତ ଥିବା ବିଶ୍ୱାସ କରାଯାଏ ।

କୁହାଯାଏ ଯେ ବନବାସ ସମୟ ରେ ମାତା ସୀତାଙ୍କ ଗାଧୋଇବା ପାଇଁ ଦିଅର ଲକ୍ଷ୍ମଣ ତୀର ମୁନରେ ତିଆରି କରିଥିଲେ କୁଣ୍ଡ । ସେହି କୁଣ୍ଡକୁ ଦେବର କୁଣ୍ଡ ବା ସୀତା କୁଣ୍ଡ କୁହାଯାଏ । ଏହିଠାରେ ରହିଛି ଏକ ଭବ୍ୟ ଶ୍ରୀରାମ ମନ୍ଦିର , ସାଳନ୍ଦୀ ନଦୀ ନିକଟ ଏହି ମନ୍ଦିର ରେ ଅୟୋଜିତ ହୋଇଛି ଶ୍ରୀରାମ ଓ ସୀତା ଙ୍କ ବିବାହ । ଏଥର ଶ୍ରୀରାମ ଙ୍କ ପରିବାର ହେବାର ସୌଭାଗ୍ୟ ଲାଭ କରିଛନ୍ତି ନାଲଗେରା ଗାଁ ର ହରେକୃଷ୍ଣ ଚୌଧୁରୀ ଙ୍କ ଘରୁ । ବିଧି ଅନୁଯାୟୀ ଶ୍ରୀରାମ ଙ୍କୁ ବରଣୀ ପରେ ସ୍ୱାରୀରେ ଏକ ବିରାଟ ଶୋଭଯାତ୍ରା ରେ ମନ୍ଦିର ନିକଟକୁ ଅଣାଯାଇଛି ।

Advertisement

ପରେ ବିଧି ଅନୁଯାୟୀ ଦେବ ଦମ୍ପତ୍ତି ଙ୍କ ବିବାହ ହୋଇଛି । କନକଆଞ୍ଜୁଲି ବନ୍ଧା ଠାରୁ , ବେଦୀ ରେ ହୋମ ସହ ବିବାହ ହୋଇଛି । ଏହି ବିବାହ ଉତ୍ସବ ରେ ଆଖପାଖ ଅଞ୍ଚଳ ରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି । ବରଯାତ୍ରୀ ଓ କନ୍ୟାଯାତ୍ରୀ ଙ୍କ ପାଇଁ ମନ୍ଦିର ତରଫରୁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି । ଦିବ୍ୟ ବିବାହ ଭଳି ଶ୍ରୀରାମ ଓ ସୀତା ଙ୍କ ବିବାହ ପ୍ରାୟ ବିରଳ । ମହାପ୍ରଭୁ ରାମଚନ୍ଦ୍ରଙ୍କ ବିବାହରେ ସାରା ଅଞ୍ଚଳ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଉଭୟ ବର ଓ କନ୍ୟା ପକ୍ଷ ବେଶ ଭାବବିହଳ ଦେଖିବାକୁ ମିଳିଥିଲା । ମହା ପ୍ରଭୁଙ୍କ ଏପରି ମାନବୀୟ ଲୀଳାକୁ ଦେଖି ଭକ୍ତଙ୍କ ମନରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *