Pratidin TV

Odisha's Digital News Platform

ନାଚ ଗୀତାରେ ଚାଲିଥିଲା ବରଯାତ୍ରୀ ପ୍ରସେସନ; ସେହି ସମୟରେ ଯୁବକଙ୍କ ଉପରେ ହେଲା ଆକ୍ରମଣ…

ଗଜପତିରେ ଘଟିଛି ଅଭାବନୀୟ ଘଟଣା | ବିବାହରରେ ବରଯାତ୍ରୀ ଚାଲୁଥିଲା | ନାଚ ଗୀତାରେ ଥିଲେ ମସଗୁଲ ଥିଲେ ବରଯାତ୍ରୀ | ସେହି ସମୟରେ ଘଟିଗଲା ଅଘଟଣ | ବରଯାତ୍ରୀ ସମୟରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା | ତେବେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗାଁରେ ଗତକାଲି ଖେଳିଯାଇଥିଲା ଆତଙ୍କ | ମୃତ ଯୁବକ ଜଣକ ହେଲେ ପ୍ରଶାନ୍ତ ପ୍ରଧାନ |

ସୂଚନା ମୁତାବକ ,ମଙ୍ଗଳବାର ରାତି ୧0ଟାରେ ଏକ ବିବାହର ବରଯାତ୍ରୀ ଚଷାଳୁଥିବା ସମୟରେ ପ୍ରଶାନ୍ତ ପ୍ରଧାନ ସେଥିରେ ଯୋଗ ଦେଇଥିଲେ | ସେହି ସମୟରେ ସେହି ଗାଁର ଅଭିଯୁକ୍ତ ଶ୍ରୀହର ପ୍ରଧାନ ତାଙ୍କ ଉପରେ ହଠାତ ଛୁରୀ ରେ କରିଥିଲେ ଆକ୍ରମଣ | ପରେ ଘଟଣାସ୍ଥଲୁ ଚମ୍ପଟ ମାରିଥିଲେ | ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ | କିନ୍ତୁ ସେଠାରେ ଚିକତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଅନ୍ୟପଟେ ଉତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତଙ୍କ ଘର ଜାଳି ଦେଇଥିଲେ | ସେପଟେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି | ସନ୍ଦେହ କରାଯାଉଛି ପୁର୍ବଶତୃତାକୁ ନେଇ ହୋଇପାରେ ହତ୍ୟା |

Leave a Reply

Your email address will not be published. Required fields are marked *