Pratidin TV

Odisha's Digital News Platform

ଦ୍ୱୀପରେ ହେଉଥିଲା ବିବାହ : ବୁଡି ଗଲା ଡଙ୍ଗା ,ପ୍ରାଣ ହରାଇଲେ ବରଯାତ୍ରୀ ..

1 min read

ନୂଆଦିଲ୍ଲୀ : ବିବାହ ଶୋଭାଯାତ୍ରା ପାଲଟିଲା ଶେଷଯାତ୍ରା । ଖୁସି ମନରେ ବିବାହରେ ଯୋଗଦେବାକୁଯାଇ ପ୍ରାଣ ହରାଇଲେ ୨୧ ଜଣ । ମଧ୍ୟପ୍ରାଚ୍ୟ ରାଷ୍ଟ୍ର ୟେମେନର ଦକ୍ଷିଣ ପୂର୍ବରେ ଥିବା ହଦିଦାହ ସହର ନିକଟ ଲୋହିତ ସାଗରରେ ବୁଧବାର ବିବାହ ଶୋଭାଯାତ୍ରା ନେଇ ଯାଉଥିବା ଏକ ଡଙ୍ଗା ବୁଡି ୨୧ଜଣଙ୍କ ମୃତ୍ୟୁ ହୋଇଯାଇଛି ।

Advertisement

କମରନ ଦ୍ୱୀପରେ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଆଲୁହେୟା ଗ୍ରାମର ୨୭ ଜଣ ଡଙ୍ଗାରେ ବସି ଯାଉଥିଲା ବେଳେ ଏହି ଅଘଟଣ ଘଟିଛି । ସମସ୍ତ ଯାତ୍ରୀ ଏକ ବିବାହ ଶୋଭାଯାତ୍ରା ନେଇ ଯାଉଥିବା ବେଳେ ହଠାତ୍ କାଳ ମାଡ଼ି ଆସିଥିଲା । ଡଙ୍ଗାରେ ବସି ଯାଉଥିବା ବେଳେ ଡଙ୍ଗାଟି ବୁଡ଼ିଯିବାରୁ ୨୧ ଜଣଙ୍କ ଜୀବନ ଚାଲିଯାଇଛି । ଝଡ଼ତୋଫାନ କାରଣରୁ ଡଙ୍ଗାଟି ସାଗର ମଧ୍ୟରେ ବୁଡ଼ି ଯାଇଥିବା ନେଇ ସନ୍ଦେହ କରାଯାଉଛି । ଲୋହିତ ସାଗରରେ ଉକ୍ତ ଡଙ୍ଗା ଯାଉଥିବାବେଳେ ହଦିଦାହ ନିକଟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ଖବରପାଇ ସ୍ଥାନୀୟ ତଟରକ୍ଷୀ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ଉକ୍ତ ଘଟଣାରେ ୧୨ ମହିଳା, ୨ ପୁରୁଷ ଓ ୭ ବାଳକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ନିଜ ଜୀବନ ସହ ଯୁଝୁଥିବା ଆଉ ୬ଜଣଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତି କରାଯାଇଛି । ଝଡ଼ତୋଫାନ ଯୋଗୁ ଏହି ଡଙ୍ଗାଟି ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *