Pratidin TV

Odisha's Digital News Platform

ମରିଗଲା ଝିଅ ଶାଶୁଘରେ ନିଆଁ ଲଗାଇଦେଲେ ବାପଘର , ଶାଶୁ ଶ୍ୱଶୁର ମୃତ ..

1 min read

ଆଖିରେ ଆଖିଏ ସ୍ୱପ୍ନ ରଖି ଝିଅକୁ ବାହା ଦେଇଥିଲେ । ଭାବିଥିଲେ ଝିଅ ସ୍ୱାମୀ ଶାଶୁ ଶ୍ୱଶୁରଙ୍କ ସହ ସୁଖରେ ସଂସାର କରିବ । ହେଲେ ସବୁ ସ୍ୱପ୍ନ ପାଣି ପୋଟକା ପରି ମଉଳି ଗଲା । ବିବାହର ମାତ୍ର ଦିନ କେଇଟାରେ ଶାଶୁଘରେ ଜୀବନ ହାରିଦେଲା ଝିଅ । ଆଉ ଏହି ଖବର ଯେବେ ଝିଅଘର ଲୋକ ପାଇଲେ ସେତେବେଳେ ସେମାନେ ଉତ୍ୟକ୍ତ ହୋଇ ଝିଅର ଶାଶୁଘରେ ନିଆଁ ଲଗାଇ ଦେଇଥିଲେ । ଏହି ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଶାଶୁ ଶ୍ୱଶୁର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ପ୍ରୟୋଗରାଜରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା ।

ସୂଚନା ଅନୁସାରେ, ଧୁମଙ୍ଗଞ୍ଜ ଅଞ୍ଚଳର ଅଂଶିକା ଗତବର୍ଷ ଫେବୃଆରୀ ମାସରେ ପ୍ରୟାଗରାଜ ମୁଠିଗଞ୍ଜ ପୋଲିସ ଷ୍ଟେସନ ପରିସରରେ ରହୁଥିବା ଅନସୁ କେଶରୱାନୀଙ୍କୁ ବିବାହ କରିଥିଲେ । ହେଲେ ଗତ ସୋମବାର ରାତିରେ ଅନସୁଙ୍କ ପରିବାର ତାଙ୍କ ପତ୍ନୀ ଅଂଶିକାଙ୍କ ପରିବାରକୁ ଡାକି ସୂଚନା ଦେଇଥିଲେ ଯେ ସେ ଅପରାହ୍ନ ୩ ଟାରୁ ତାଙ୍କ ଝିଅ ରୁମର କବାଟ ବନ୍ଦ କରିଦେଇଛି । ଏହା ପରେ ବାପଘର ଲୋକେ ଅଂଶିକାଙ୍କ ଶାଶୁ ଘରେ ପହଞ୍ଚି ଦେଖିବା ବେଳକୁ ଝିଅର ମୃତଦେହ ଉଦ୍ଧାର କରିଥିଲେ । ଏହା ପରେ ଅଂଶିକାଙ୍କ ବାପା ମାଆ ତାଙ୍କ ଝିଅକୁ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ କରି ଉତ୍ତେଜନା ଆରମ୍ଭ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଏହାପରେ ଅଂଶିକାଙ୍କ ପରିବାର ଲୋକେ ଶାଶୁଘରେ ନିଆଁ ଲଗାଇ ଦେଇଥିଲେ ।

Advertisement

ତୁରନ୍ତ ପାଞ୍ଚ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା । ରାତି ପ୍ରାୟ ତିନିଟା ସମୟରେ ନିଆଁକୁ ଆୟତ୍ତ କରାଯିବା ପରେ ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଦ୍ୱୟ ଆଂଶିକାଙ୍କ ଶାଶୁ ଓ ଶ୍ୱଶୁର ବୋଲି ଜଣାପଡିଛି । ଅଂଶିକାଙ୍କ ବାପଘର ଲୋକେ ଶାଶୁଘର ଉପରେ ତାଙ୍କୁ ଯୌତୁକ ପାଇଁ ତାଙ୍କ ଝିଅଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ । ହେଲେ ଏବେ ଝିଅ ପରିବାର ସଦସ୍ୟ ତାଙ୍କ ଶାଶୁୁ ଘରେ ନିଆଁ ଲଗାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ପୋଲିସ ଘଟଣା ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଏଭଳି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *