ବିବାହିତ ମହିଳାଙ୍କୁ ‘ଫକ୍ସକନ’ରେ ଚାକିରୀ ମନା ! ରିପୋର୍ଟ ମାଗିଲା କେନ୍ଦ୍ର ସରକାର
1 min readବିବାହିତ ମହିଳାଙ୍କୁ ଚାକିରୀ ମନା | ବିବାହିତ ମହିଳାଙ୍କୁ ଚାକିରୀ ଦେଉନାହିଁ ‘ଫକ୍ସକନ୍’ | ଚେନ୍ନାଇରେ ଥିବା ଆଇଫୋନ୍ ନିର୍ମାତା କମ୍ପାନୀ ଫକ୍ସକନ୍’ ଫ୍ୟାକ୍ଟ୍ରିରେ ବିବାହିତା ମହିଳାଙ୍କୁ ନିଯୁକ୍ତି ଦେଉ ନାହିଁ। ଏହି ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର | ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ତାମିଲନାଡୁ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି | ଏନେଇ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ସମାନ ପାରିଶ୍ରମିକ ଧାରା ୧୯୭୬ ଆଧାରରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି | ଏହି ନିୟମରେ କୌଣସି ଭେଦଭାବ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି |
ମଙ୍ଗଳବାର ପ୍ରକାଶିତ ରଏଟର୍ସ’ର ଏକ ରିପୋର୍ଟରୁ ଜଣାପଡିଛି ଯେ ଫକ୍ସକନ୍ ତାମିଲନାଡୁର ଚେନ୍ନାଇ ନିକଟସ୍ଥ ମୁଖ୍ୟ ଭାରତ ଆଇଫୋନ୍ ପ୍ଲାଣ୍ଟରେ ବିବାହିତା ମହିଳାଙ୍କୁ ଚାକିରୀରୁ ନିୟମିତ ଭାବେ ବାଦ ଦେଇଛି। କାରଣ ସେମାନଙ୍କ ଅବିବାହିତ ମହିଳାଙ୍କ ଅପେକ୍ଷା ଅଧିକ ପାରିବାରିକ ଦାୟିତ୍ୱ ରହିଛି। ତେଣୁ କମ୍ପାନୀ ତାଙ୍କୁ କାମ ଦେବାକୁ ଚାହୁଁନି।
ସୂଚନା ଅନୁଯାୟୀ, ବୁଧବାର ଶ୍ରମ ମନ୍ତ୍ରଣାଳୟ କହିଛି ଯେ ତାମିଲନାଡୁର ଫକ୍ସକନ୍ ଇଣ୍ଡିଆ ଆପଲ୍ ଆଇଫୋନ୍ ପ୍ଲାଣ୍ଟରେ ବିବାହିତା ମହିଳାଙ୍କୁ ଚାକିରୀ ଦିଆଯାଉ ନାହିଁ ବୋଲି ଅନେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଉପରେ ଧ୍ୟାନ ଦିଆଯାଇଛି। ଏହି ରିପୋର୍ଟରେ ସେୟାର କରାଯାଇଥିବା ସୂଚନା ଆଧାରରେ ମନ୍ତ୍ରଣାଳୟ ତୁରନ୍ତ ତାମିଲନାଡୁ ସରକାରଙ୍କ ଶ୍ରମ ବିଭାଗକୁ ବିସ୍ତୃତ ରିପୋର୍ଟ ମାଗିଛି। ସ୍ୱେପେଟ ଏହି ମାମଲାରେ ଆପଲ୍ ଏବଂ ଫକ୍ସକନ୍ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ସେହିପରି ରାଜ୍ୟ ସରକାର ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।