ଅନ୍ତିମ ଯାତ୍ରାରେ ସହିଦ୍ ଦେବିପ୍ରସନ୍ନ ; କାଶ୍ମୀରରୁ ଗାଁ’କୁ ଫେରିଲା ମରଶରୀର, କାନ୍ଦରେ ଫାଟୁଛି ଗାଁ ଦାଣ୍ଡ …
1 min readକେନ୍ଦ୍ରାପଡା : କାନ୍ଧ ବୋବାଳିଳେ ଫାଟିପଡୁଛି ଗାଁ ଦାଣ୍ଡ । ଆଜି ଗର୍ବରେ ସହିଦ୍ ପୁଅକୁ ବିଦାୟ ଦେବ କେନ୍ଦ୍ରାପଡା ମାଟି । ଗାଁରେ ଚାଲିଛି ଅନ୍ତିମ ଯାତ୍ରା । କଶ୍ମୀରରେ ସହିଦ୍ ହୋଇଥିଲେ ପାଟକୁରା ଥାନା ଅନ୍ତର୍ଗତ ଜଗଦଳପୁର ଗାଁର ପୁଅ ଦେବୀ ପ୍ରସନ୍ନ ସୁତାର ।
ଭାରତମାତାର ସେବାରେ ନିୟଜିତ ଥିବା ସେନାବିଭାଗରେ ସିଭିଲ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ । ସେ କାମରେ ଯାଉଥିବା ସମୟରେ କାଶ୍ମୀରର ଏକ ରାସ୍ତାରେ ତାଙ୍କ ଗାଡି ଉପରେ ବରଫ ଜମାହୋଇଯିବାରୁ ଦେବୀପ୍ରସନଙ୍କର ମୃତ ଘଟିଥିଲା । ଗତକାଲି ତାଙ୍କର ପାର୍ଥୀବ ଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ଗାଁକୁ ନିଆଯାଇଛି ।
ଆଜି ପୁରା ଗାଁ ଯେତିକି ଗର୍ବ କରୁଛି ଦୁଃଖରେ ସେତିକି ଭାଙ୍ଗିପଡିଛି । ଯବାନ ପୁଅକୁ ହରାଇ କାନ୍ଧୁଛି ଗାଁ ମାଟି କାନ୍ଧୁଛି ପରିବାର । ତେବେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ନିଜ ଗାଁରେ ସହୀଦ ଦେବି ପ୍ରସନଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।