Pratidin TV

Odisha's Digital News Platform

୨୬ରେ ରିଲିଜ୍‌ ହେବାକୁ ଯାଉଛି ମର୍ଭେଲ ଷ୍ଟୁଡିଓର ‘ଡେଡପୁଲ ଆଣ୍ଡ୍‌ ୱୋଲଭେରାଇନ୍‌’

1 min read

ହଲିଉଡ଼ ସିନେମାରେ ମାର୍ଭେଲ ମ୍ୟାଜିକ ପସନ୍ଦ କରୁଥିବା ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର | ଜୁଲାଇ ୨୬ ଶୁକ୍ରବାର ଦିନ ସିନେମା ହଲରେ ରିଲିଜ ହେବାକୁ ଯାଉଛି ମାର୍ଭେଲ ସୁପର ହିରୋ ସିନେମା ଡେଡ଼ପୁଲର ତୃତୀୟ ସିରିଜ ‘ଡେଡ଼ପୁଲ ଆଣ୍ଡ ୱାଲଭେରାଇନ |’

ର୍ୟାନ୍ ରେନଲ୍ଡ ଓ ହଗ୍ ଜ୍ୟାକମ୍ୟାନଙ୍କ ଅଭିନୀତ ଏହି ସିନେମାଟି ରିଲିଜ ହେବା ଆଗରୁ ଟିକେଟ ବୁକିଂ ଆରମ୍ଭ ହୋଇ ସାରିଛି | ଏହାସହ ବୁକିଂରେ ରେକର୍ଡ ଭାଙ୍ଗିବାରେ ଲାଗିଛି । ବକ୍ସ ଅଫିସ ରିପୋର୍ଟ ଅନୁସାରେ ଏହା ଚଳିତବର୍ଷ ହଲିଉଡ ସିନେମାର ସର୍ବବୃହତ ଓପନର ହେବାକୁ ଯାଉଛି । ପ୍ରଥମ ଦିନ ପାଇଁ ଏ ଫିଲ୍ମ ଅଗ୍ରୀମ ୪.୪୬ କୋଟିର ଟିକେଟ ବିକ୍ରି ହୋଇସାରିଛି ।

Advertisement

ତେବେ ୨୦୧୬ରେ ରିଲିଜ ହୋଇଥିବା ‘ଡେଡପୁଲ’, ୨୦୧୮ରେ ରିଲିଜ ହୋଇଥିବା ‘ଡେଡପୁଲ-୨’ର ସିକ୍ସେଲ ଭାବେ ସିନେପ୍ରେମୀ ବେଶ୍ ପସନ୍ଦ କରିବେ ବୋଲି ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *