Pratidin TV

Odisha's Digital News Platform

ନଓ୍ୱାଜ ସରିଫ୍‌ଙ୍କ ଝିଅ ରଚିଲେ ଇତିହାସ…..ପାକିସ୍ତାନରେ ପଞ୍ଜାବ ପ୍ରଦେଶର ହେଲେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ

1 min read

ପାକିସ୍ତାନରେ ବଦଳିଲା ଇତିହାସ | ପାକିସ୍ତାନରେ ଦେଖିବାକୁ ମିଳିଛି ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ | ତେବେ ଏହି ଇତିହାସ ରଚିଛନ୍ତି ନଓ୍ୱାଜ ସରିଫ୍‌ଙ୍କ ଝିଅ ମରିୟମ ନୱାଜ | ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ଦଳର ଜଣେ ବରିଷ୍ଠ ନେତା ତଥା ତିନିଥର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ସୋମବାର ପଞ୍ଜାବ ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ସୂଚନା ଅନୁସାରେ, ୧୨0 ନିୟୁତରୁ ଅଧିକ ଲୋକ ବସବାସ କରୁଛନ୍ତି ପାକିସ୍ତାନର ପଞ୍ଜାବ ପ୍ରଦେଶରେ | ସେହି ସମୟରେ ପାକିସ୍ତାନ ମୁସଲିମ ଲିଗ୍-ନୱାଜର ବରିଷ୍ଠ ଉପ- ସଭାପତି ୫0 ବର୍ଷୀୟ ମରିୟମ ନୱାଜ ନିର୍ବାଚନରେ ବାଜିମାତ ମାରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି | ସୂଚନା ଅନୁସାରେ ପଞ୍ଜାବ ବିଧାନସଭା ଯିବା ପୂର୍ବରୁ ମରିୟମ ତାଙ୍କ ମା’ ଙ୍କ କବରକୁ ଯାଇ ଦର୍ଶନ କରିଥିଲେ | ଏହାପରେ ତାଙ୍କ ବିପକ୍ଷରେ ଥିବା ଏସଆଇସି ପାର୍ଥୀ ରାଣା ଅଫତାବକୁ ହରାଏ ମୁଖ୍ୟମନ୍ତ୍ରୀ ହୋଇଥିଲେ |ତେବେ ଟେଲିଭିଜନମାଧ୍ୟମରେ ନୱାଜ ତାଙ୍କ ଝିଅର ବିଜୟଲାଭ ପାଇଁ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି |

Advertisement

Leave a Reply

Your email address will not be published. Required fields are marked *