ଆସିବ କି ଚତୁର୍ଥ ଲହର: ଏହି ରାଜ୍ୟରେ ଫେରିଲା ମାସ୍କ କଟକଣା
1 min readନୂଆଦିଲ୍ଲୀ: କରୋନା ସଂକ୍ରମଣ କାରଣରୁ ସମଗ୍ର ବିଶ୍ୱର ଅର୍ଥନୀତି ଦୁର୍ବଳ ଅବସ୍ଥାକୁ ଆସି ଯାଇଥିବା ବେଳେ ପୁଣି ଡରାଇବାରେ ଲାଗିଲାଣି କରୋନାର ୪ର୍ଥ ଲହର । ତୃତୀୟ ଲହର ଭାରତରେ ପ୍ରଭାବହୀନ ରହିଥିବା ବେଳେ ଚତୁର୍ଥ ଲହର ବେଶ କ୍ଷତିକାରକ ସାବ୍ୟସ୍ତ ହୋଇ ପାରେ । ନିକଟରେ ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ମହାରାଷ୍ଟ୍ରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
ଦେଶର ୫ଟି ରାଜ୍ୟରେ କରୋନା ସଂକ୍ରମଣ ସବୁଠାରୁ ଅଧିକ ରହିଛି । ସହକାରୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ବ୍ୟାସ ଏହି ନିୟମ ଲାଗୁ କରାଯାଇଥିବା ନେଇ ସୂଚନା ଦେଇଛନ୍ତି । ମହାରାଷ୍ଟ୍ରର ସମସ୍ତ ଜିଲ୍ଲାପାଳଙ୍କୁ ଏହି ନିୟମ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶନିବାର ଦେଶରେ ୩୬୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।