Pratidin TV

Odisha's Digital News Platform

ରାଉଲକେଲାରେ ଗୁଳିକାଣ୍ଡ ; ଥାନା ପାଖରୁ ଯୁବକଙ୍କୁ ଗୁଳି କରି ଫେରାର୍ ହୋଇଗଲେ ମୁଖା ପିନ୍ଧା ଦୁର୍ବୃତ୍ତ ….

1 min read

ସୁନ୍ଦରଗଡ : ରାଉରକେଲା ଵିଶ୍ରା ଥାନା ଅନ୍ତର୍ଗତ ଏକ ଘରୋଇ ଓଞଓ ନିକଟ ଏକ ବିଲ ରେ ଆଜି ସକାଳ ଜଣେ ଯୁବକ ଙ୍କ ଉପରକୁ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଗୁଳି ଚାଳନା କରିଥିଲେ । ଗୁଳି ମାଡ଼ରେ ଶିକାର ହେଇଥିବା ଯୁବକ ଜଣଙ୍କ ହେଉଛନ୍ତି ବିଶ୍ରା ଅଞ୍ଚଳର ଇରଫାନ ରାଜ୍ ବୋଲି ଜଣା ପଡିଛି । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କର ଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସପିଟାଲ କୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ବିଶ୍ରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି ।

ସୂଚନାନୁଯାୟୀ ଆଜି ସକାଳେ ଯୁବକ ଜଣଙ୍କ କୌଣସି କାମରେ ବଜାରକୁ ଆସିଥିଲେ। ଏହି ସମୟରେ କିଛି ମୁଖାପିନ୍ଧା ଦୁର୍ବୃତ୍ତ ବାଇକରେ ଆସି ଯୁବକଙ୍କ ଉପରକୁ ଗୁଳିମାଡ କରିଥିଲେ । ତେବେ ଗୁଳିଟି ସିଧା ଯୁବକଙ୍କ ଛାତି ତଳକୁ ବାଜିଥିଲା । ସେହି ସ୍ଥାନରେ ହିଁ ଚିତ୍କାର କରି ପଡିଯାଇଥିଲେ ଯୁବକ । ଏହାପରେ ସ୍ଥାନୀୟ ଲୋକେ ସମୃକ୍ତ ସ୍ଥାନରେ ପହଞ୍ଚି ରକ୍ତ ଜଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ତେବେ ଏହି ଆଟାର୍କ ପୂର୍ବ ଶତ୍ରୁତା ବା ଜମି ଜମା ବିବାଦ ରୁ ହୋଇଥିବ ବୋଲି ସନ୍ଦେହ କରାଯାଉଛି । ଏନେଇ ପରିବାର ଲୋକଙ୍କର କିଛି ପ୍ରତିକ୍ରିୟା ମିଳିପାରିନାହିଁ।

Advertisement

କିନ୍ତୁ ସମୃକ୍ତ ଘଟଣାରେ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଯେ ଘଟଣାଟି ବିଶ୍ରା ଥାନାଠୁ ଅଳ୍ପ ଦୂରରେ ଘଟିଥିବା ବେଳେ ଦୁର୍ବୃତ୍ତମାନେ ଅନାୟାଶରେ ଖସି ଯାଇଥିଲେ। ଏବଂ ନିର୍ଭୟରେ କିପରି ଥାନା ପାଖରେ ଏଭଳି ଘଟଣା ଘଟାଇଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ।

Leave a Reply

Your email address will not be published. Required fields are marked *