Pratidin TV

Odisha's Digital News Platform

(ଭିଡିଓ)ଏଟିଏମ ଭ୍ୟାନ ପରେ ଏବେ ଫ୍ଲିର୍ପକାର୍ଟର ପଡିଲା ପାଳି, ଫ୍ଲିପକାର୍ଟ ଅଫିସରେ ମୁଖା ପିନ୍ଧା ଦୁର୍ବୃତ୍ତ ପଶି ଲୁଟିନେଲେ ୩ଲକ୍ଷ

କଟକ: ଦିନକୁ ଦିନ ବଢି ଚାଲିଛି ଲୁଟେରାଙ୍କ ରାଜ । ଦିନ ରାତି ଆଉ କିଛି ମାନୁନାହାନ୍ତି। ମାରଣାସ୍ତ୍ର ଦେଖାଇ କରିଛାଲିଛି ଲୁଟ । ଆଉ ଯିଏ ସେମାନଙ୍କୁ ବିରୋଧ କଲା ସେମାନଙ୍କ ଜୀବନ ନେବାକୁ ବି ପଛାଉ ନାହାନ୍ତି ଦୁବୃର୍ତ୍ତ । ୩ଦିନ ତଳେ ଏଟିଏମ ମେସିନରେ ଟଙ୍କା ପୂରାଇବାକୁ ଗାଡି ଯାଉଥିବା ବେଳେ ସେଠାରେ ବନ୍ଧୁକ ଦେଖାଇ ଭ୍ୟାନରୁ ଦେଢ କୋଟି ଲୁଟି ନେଇଥିଲେ ମୁଖାପିନ୍ଧା ଦୁବୃର୍ତ୍ତ । ଠିକ ସେହିପରି ପୁଣିଥରେ ବନ୍ଧୁକ ଲଗାଇ ଫ୍ଲିପକାର୍ଟ ଅଫିସରୁ ୩ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ଏନେଇ ଲୁଟ ଆଠଗଡ଼ ଥାନାରେ ଅଭିଯୋଗ ହୋଇଛି । ଖବର ପାଇ ଆଠଗଡ଼ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଓ ଆଠଗଡ଼ ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକ ସଦଳବଳେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରହିଛି ।

ଏହାକୁ ବି ପଢନ୍ତୁ ,ପୋଲିସକୁ ଦେଲେ ଖୋଲା ଚ୍ୟାଲେଞ୍ଜ,ବନ୍ଧୁକ ଦେଖାଇ ଦିନଦ୍ୱିପ୍ରହରରେ ଲୁଟି ନେଲେ ଦେଢ କୋଟି ..

ଘଟଣାରୁ ପ୍ରକାଶ ଯେ ଆଜି ସକାଳ ଭୋର ୫ ଟା ସମୟରେ ଆଠଗଡ଼ ସହର ଅଶୋକନଗର ଠାରେ ଥିବା ଫିଲ୍ପ କାର୍ଡ କାର୍ଯ୍ୟାଳୟର ରଶ୍ମିରଞ୍ଜନ ତ୍ରିପାଠୀ ନାମକ ବ୍ୟକ୍ତି ଅଫିସ ଖୋଲି ଭୁବନେଶ୍ୱରରୁ ଏକ ଭ୍ୟାନରେ ଆସିଥିବା ବିଭିନ୍ନ ସାମଗ୍ରୀ ଅନଲୋଡ କରୁଥିବା ସମୟରେ ହଠାତ୍ ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଆସି ମୁହଁ ରେ ମୁଖାପିନ୍ଧି ରଶ୍ମିରଞ୍ଜନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କ୍ୟାସ କାଉଣ୍ଟର କୁ ନେଇଥିଲେ ।

କ୍ୟାସ କାଉଣ୍ଟର ଖୋଲିବା ପାଇଁ କହିଥିଲେ ଯୁବକ ଜଣଙ୍କ ନ ଖୋଲିବାରୁ କାନ୍ଥରେ ସେଟିଙ୍ଗ ହୋଇ ରହିଥିବା ଦୁବୃର୍ତ୍ତ ମାନେ କାନ୍ଥ ଖୋଳା ବ୍ଲାକ ବକ୍ସ କୁ ନେଇଯାଇ । ତେବେ ଦୁବୃର୍ତ୍ତ ମାନଙ୍କ କବଳରୁ ଖସି ଆସି ରଶ୍ମିରଞ୍ଜନ ତ୍ରିପାଠୀ ଫ୍ଲିପକାର୍ଟ ଆଠଗଡ଼ ସୁପରଭାଇଜରଙ୍କୁ ଜଣାଇଥିଲେ । ଖବର ପାଇ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି । ଘଟଣାକୁ ନେଇ ଫ୍ଲିପକାର୍ଟର ଆଠଗଡ଼ ମୁଖ୍ୟ ଶୀତଂଶୁ ଶେଖର ପଣ୍ଡା ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଦିନକୁ ଦିନ ଆଠଗଡ଼ ଅଞ୍ଚଳରେ ଚୋରି ରାହାଜାନୀ ଡ଼କାୟତି ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପୋଲିସ ଅପରାଧୀ ମାନଙ୍କୁ ଧରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ଆଠଗଡ଼ ଥାନା ହାଜତରୁ ଅପରାଧୀ ଚମ୍ପଟ ମାରୁଥିବା ବେଳେ ଆଠଗଡ଼ ପୋଲିସ ଅପରାଧୀ ମାନଙ୍କୁ ଧରିବାରେ କେତେ ସଫଳ ହେଉଛି ତାହା ଦେଖିବାକୁ ରହିଲା ।

Leave a Reply

Your email address will not be published. Required fields are marked *