Pratidin TV

Odisha's Digital News Platform

ସାମ୍ନାକୁ ଆସିଲା ଅଜବ ଘଟଣା , ବିନା ବରରେ ହେଲା ବାହାଘର …..

ବରଯାତ୍ରୀ ଆସିଲେ , ହାତ ଗଣ୍ଠି ପଡିଲା । ହିନ୍ଦୁ ରୀତିନୀତି ଅନସାରେ ବାହାଘର ବି ହେଲା । ହେଲେ ସେହି ବାହାଘରରେ ବର ନଥିଲା । ଏକଥା ଶୁଣିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ । ବାହାଘର ହେଲା ହେଲେ ବର ନାହିଁ ତାହେଲେ ବାହାଘର ହେଲା କେମିତି । ବିଶ୍ୱାସ ହେଉନଥିଲେ ବି କଥାଟା ସତ । ଏକ ସାମୁହିକ ବିବାହରେ ବିନା ବରରେ କନିଆ ମାନେ ବିବାହ କରିଛନ୍ତି । ଯାହାର ଫଟୋ ଏବେ ସୋଶିଆଲ ମିଡିଆରେ ଘୁରି ବୁଲଛି । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଉତ୍ତରପ୍ରଦେଶର ବଲିୟା ଜିଲ୍ଲାରୁ ସାମ୍ନାକୁ ଆସିଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରିଥିବା ସାମୁହିକ ବିବାହରେ ହୋଇଛି ବଡ ଜାଲିଆତି । ଜାନଆରୀ ୨୫ ତାରିଖରେ ମିନଆ ବିକାଶ ବ୍ଲକରେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ସମାରୋହ ଆୟୋଜିତ ହୋଇଥିଲା । ଯେଉଁଥିରେ ୫୬୮ ଯୋଡି ବିବାହ କରିଥିଲେ । ଏହି ସାମୁହିକ ବିବାହର ଲାଭ ଉଠାଇବା ପାଇଁ ବିବାହିତ ଲୋକମାନେ ମଧ୍ୟ ବିବାହ କରିବାପାଇଁ ବେଦୀରେ ବସିଥିଲେ । ସେମାନଙ୍କ ମଧ୍ୟରେ ଅନେକ କନିଆଙ୍କର ସନ୍ତାନ ଥିବା ମଧ୍ୟ ଜଣାପଡିଛି । ସେହି ବିବାହ ସମାରୋହରେ କନିଆମାନେ ନିଜ ନିଜ ବେକରେ ଫୁଲମାଳ ପକାଉଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ସାମ୍ନାକୁ ଆସିବା ପରେ ଏବେ ବେଶ ଚର୍ଚ୍ଚା ହେଉଛି ।

ଭିଡିଓ ଭାଇରଲ ହେବା ପରେ ପ୍ରଶାସନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲା ଏବଂ ଏହାକୁ ନେଇ ଏକ ମାମଲା ରୁଜୁ କରିଛି । ସିଡିଓ ଯାଞ୍ଚ ଟିମ୍ ଗଠନ କରିଛି । ଟିମ୍ ସମ୍ପୃକ୍ତ ଅଞ୍ଚଳକୁ ଯାଇ ଯାଞ୍ଚ ମଧ୍ୟ ଆରମ୍ଭ କରିଦେଇଛି । ସୁଚନାନୁଯାୟୀ ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ପ୍ରାଥମିକତା ଯୋଜନାରେ ସାମୁହିକ ବିବାହ ମଧ୍ୟ ସାମିଲ ଅଛି । ଏଥିରେ ଗରିବ ଘରର ଯୁବତୀଙ୍କ ବିବାହ ସରକାରୀ ଖର୍ଚ୍ଚରେ କରାଯାଏ । ସାମାଜିକ କଲ୍ୟାଣ ବିଭାଗ ଏହି ବିବାହର ଆୟୋଜ କରିଥାଏ । ଗୋଟିଏ ଯୋଡି ଉପରେ ସରକାରଙ୍କ ପକ୍ଷରୁ ୫୧ ହଜାର ଟଙ୍କା ଖର୍ଚ୍ଚ କରାଯାଏ । ଏଥିରୁ ୩୫ ହଜାର ଯୁବତୀଙ୍କ ଆକାଉଣ୍ଟକୁ ପଠାଯାଏ । ୧୦ ହଜର ଉପହାର ସ୍ୱରୁପ ଦିଆଯାଏ । ୧୦ ହଜାର ଗୃହିଣୀ ପାଇଁ ଓ ୬ ହଜାର ବରଯାତ୍ରୀଙ୍କ ସ୍ୱାଗତ ଆଦିରେ ଖର୍ଚ୍ଚ ହୋଇଥାଏ । ସଂପୃକ୍ତ ଅଞ୍ଚଳର ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ , ବିବାହରେ ୯୦ ପ୍ରତିଶତ ବରକନ୍ୟା ନକଲି । ତାଙ୍କର କହିବା ହେଲା କି ଅନେକ ମହିଳାଙ୍କ ବିବାହ ୫ ବର୍ଷ ପୂର୍ବେ ହୋଇ ସାରିଛି । ଏହାପରେ ମଧ୍ୟ ଏଥିରେ ସାମିଲ ହୋଇ ଯୋଜନାର ଲାଭ ନେଇ ସାରିଛନ୍ତି । ବିବାହ ଉତ୍ସବରେ କିଛି ବର ନାବାଳକ ମଧ୍ୟ ଥିଲେ ।

Leave a Reply

Your email address will not be published. Required fields are marked *