Pratidin TV

Odisha's Digital News Platform

ହୁ ହୁ ହୋଇ ଜଳିଲା ଫ୍ଲାଏ ଓଭରବ୍ରିଜ…

1 min read

ଫ୍ଲାଏ ଓଭର ବ୍ରିଜରେ ଭୟଙ୍କର ଅଗ୍ନିକାଣ୍ଡ । ହୁ ହୁ ହୋଇ ଓଭର ବ୍ରିଜ ଜଳିବା ସହ ଆକାଶରେ ବ୍ୟାପିଯାଇଛି କଳାଧୂଆଁର ଆସ୍ତରଣ । ଯାହାକୁ ଦେଖି ଭୟଭିତ ହୋଇ ପଡିଛନ୍ତି ସ୍ଥାନୀୟ ଲୋକେ । ତେବେ ଏପରି ଘଟଣା ଦେଖିବାକୁ ମିଲିଛି ପଞ୍ଜାବର ଲୁଧିଆନର ଖାନ୍ନା ଅଞ୍ଚଳ ନିକଟରେ ଥିବା ଏକ ଫ୍ଲାଏ ଓଭରରେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏକ ତେଳ ଟାଙ୍କିରେ ନିଆଁ ଲାଗିଯିବା କରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି କୁାହଯାଇଛି । ଯେଉଁଥିପାଇଁ ରାସ୍ତାରେ ଗାଡି ମୋଟର ଜାମ ହେବା ସହ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । ରାସ୍ତାର ଦୁଇ ପାଶ୍ୱର୍ରେ ଶତାଧିକ ଗାଡି ଚଳାଚଳ ବାଧାପ୍ରାପ୍ତ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଜରୁରୀକାଳୀନ ପରିସ୍ଥିତିରେ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରଥମେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ସୂଚନା ମୁତାବିକ ଏକ ତେଲ ଟ୍ୟାଙ୍କରଟି ଦ୍ରୁତ ଗତିରେ ଆସି ଓଭରବ୍ରିଜ୍‌ରେ ଧକ୍କା ଦେଇ ଓଲିଟି ପଡିଥିଲା । ଯାହାଫଳରେ ଅଗ୍ନିକାଣ୍ଡ ଘଟିଥିଲା । ତେବେ ଏଥିରୁ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *