Pratidin TV

Odisha's Digital News Platform

ହୁ ହୁ ହୋଇ ଜଳିଉଠିଲା କେମିକାଲ ଫ୍ୟାକ୍ଟ୍ରି, ଜଳିଗଲେ କର୍ମଚାରୀ ଚାଲିଛି ଉଦ୍ଧାର କାର୍ଯ୍ୟ..

1 min read

ମୋହାଲି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଦିନ ଦ୍ୱିପ୍ରହରେ ହଠାତ୍ ହୂତ ହୁତ ହୋଇ ଜଳିଉଠିଲା କାରଖାନା । ଆଉ ଭିତରେ କାମ କରୁଥିଲେ ଶହ ଶହ କର୍ମଚାରୀ । ପଞ୍ଜାବରେ ଘଟିଛି ଏଭଳି ଭୟଙ୍କର ଅଗ୍ନିକାଣ୍ଡ । ବୁଧୁବାର ପଞ୍ଜାବର ମୋହାଲିରେ ଥିବା ଏକ ରାସାୟନିକ କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ କାରଖାନାରେ କାମ କରୁଥିବା ଅନେକ ଶ୍ରମିକ ଜଳି ଯାଇଥିବା ସୂଚନା ମିଳିଛି । ନିଆଁ ଅତ୍ୟନ୍ତ ଭୟଙ୍କର ରୂପ ନେଇଥିଲା । ଯେଉଁଥିପାଇଁ ତାଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଥିଲା । ଏଥି ସହିତ ରାସାୟନିକ କାରଖାନାରେ ନିଆଁ ଲାଗିବା ପରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରାୟ ଦୁଇ ଡଜନ ଅଗ୍ନି ଶମ ବାହିନୀକୁ ଡକାଯାଇଥିଲା । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ରାସାୟନିକ ବିଶେଷଜ୍ଞଙ୍କ ଉପରେ ମଧ୍ୟ ଆଲୋଚନା ହେଉଛି । ଯାହାଦ୍ୱାରା ନିଆଁକୁ ଖୁବଶୀଘ୍ର ନିୟନ୍ତ୍ରଣ କରାଯାଇପାରିବ ।

ଖବର ଅନୁଯାୟୀ, ଏହି ଘଟଣା ମୋହାଲିରେ ଅବସ୍ଥିତ ଚାନାଲୋନ ସ୍ଥିତ ଇଣ୍ଡଷ୍ଟ୍ରିଆଲ୍ ଫୋକାଲ୍ ପଏଣ୍ଟରେ ଘଟିଛି । ରାସାୟନିକ କାରଖାନା ଭିତରୁ ଅନେକ ବିସ୍ଫୋରଣ ଶୁଣିବାକୁ ମିଳିଥିଲା ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି ।ଏହି ଘଟଣାରେ ୫ ଜଣ କର୍ମଚାରୀ ଜଳି ଯାଇଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତକରିବା ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଥିଲେ । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

Advertisement

Leave a Reply

Your email address will not be published. Required fields are marked *