Pratidin TV

Odisha's Digital News Platform

ରାଜଧାନୀର ହସ୍ପିଟାଲ ରେ ଭୟଙ୍କର ଅଗ୍ନିକାଣ୍ଡ ..

1 min read

ରାଜଧାନୀରେ ଏକ ହସ୍ପିଟାଲରେ ଲାଗିଲା  ଭୟଙ୍କର ନିଆଁ। ଦିଲ୍ଲୀର ଏକ ହସ୍ପିଟାଲରେ ନିଆଁ ଲାଗିଥିବା ଜଣାପଡିଛି । ଲଜପତ୍‌ ନଗର ଅନ୍ତର୍ଗତ ହସ୍ପିଟାଲର ଲିଫ୍ଟରେ ନିଆଁ ଲାଗିଥିବା ବେଳେ ଏହାକୁ ଲିଭାଇବା ପାଇଁ ୧୬ଟି ଅଗ୍ନିଶମ ଗାଡ଼ି ଅପରେସନ୍‌ରେ ଲାଗିଛି। ପ୍ରାଥମିକ ସୂଚନା ମୁତାବକ ଏହି ଅଗ୍ନିକାଣ୍ଡରେ କେହି ଆହତ କିମ଼୍ବା ମୃତ ହୋଇନାହାନ୍ତି। ୧୦ ଦିନ ଭିତରେ ରାଜଧାନୀରେ ଦୁଇ ହସ୍ପିଟାଲ୍‌ରେ ନିଆଁ ଲାଗିଛି। ୨୬ ମେରେ ଏକ ଶିଶୁ ଯତ୍ନ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ୭ ନବଜାତକଙ୍କ ମୃତ୍ୟୁ ହୋଇଥିଲା।

ଅଗ୍ନିଶମ ବାହିନୀର ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବାହ୍ନ ୧୧.୩୦ ମିନିଟ୍‌ ସମୟରେ ଲଜପତ ନଗରର ଏକ ଆଖି ହସ୍ପିଟଲରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଥିଲା। ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଅଗ୍ନିଶମ ଗାଡ଼ି ପଠାଯାଇଥିଲା। ତେବେ କେଉଁ କାରଣରୁ ନିଆଁ ଲାଗିଛି ସେ ନେଇ ବର୍ତ୍ତମାନ ସୁଦ୍ଧା କାରଣ ଜଣାପଡ଼ିନାହିଁ।

Advertisement

Leave a Reply

Your email address will not be published. Required fields are marked *