Pratidin TV

Odisha's Digital News Platform

ବିଶାଖାପାଟଣାର ମାଛଧରା ବନ୍ଦରରେ ଜଳିଗଲା ୪୦ ଡଙ୍ଗା, ଏଯାଏଁ କାରଣ ଅସ୍ପଷ୍ଟ..

1 min read

ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ। ଓଡିଶାରେ ନୁହେଁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଘଟିଛି ଏହି ବଡ଼ ଧରଣର ଅଗ୍ନିକାଣ୍ଡ।ଯାହାଫଳରେ ଆଖିପିଛୁଳାକେ ୪୦ଟି ବୋଟ ଜଳିଗଲା। ପ୍ରଥମେ ଗୋଟରେ ନିଆଁ ଲାଗିବା ପରେ ଏହା ପାଖରେ ଥିବା ଅନ୍ୟ ବୋଟକୁ ନିଆଁ ବ୍ୟାପି ଯାଇଥିଲା। ଖବର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। କେହି ଦୁର୍ବତ୍ତ ବୋଟରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ମତ୍ସ୍ୟଜୀବୀ ଏବଂ ସ୍ଥାନୀୟ ପୋଲିସର କହିବା ଅନୁସାରେ, ପ୍ରଥମେ ଗୋଟିଏ ବୋଟରେ ନିଆଁ ଲାଗିବା ପରେ ପାଖକୁ ପାଖ ଲାଗି ରହିଥିବା ଅନ୍ୟ ସବୁ ବୋଟକୁ ବ୍ୟାପି ଯାଇଥିଲା। ଡଙ୍ଗାରେ ଏଲପିଜି ସିଲିଣ୍ଡର ଥିବାରୁ ଖୁବ୍ ଶୀଘ୍ର ନିଆଁ ବ୍ୟାପିଯିବା ସହ ସିଲିଣ୍ଡର ଫାଟି ବିରାଟ ବିସ୍ଫୋରଣ ଘଟିଥିଲା। ସିଲିଣ୍ଡର ଫାଟିବା ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଥିଲେ । ବୋଟ ଗୁଡ଼ି ଫାଇବରରେ ନିର୍ମାଣ ହୋଇଥିବାକୁ ନିଆଁ ଖୁବଶୀଘ୍ର ବ୍ୟାପି ଯାଇଥିଲା । ତେବେ ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀଙ୍କୁ ୫ ଘଣ୍ଟା ସମୟ ଲାଗିଯାଇଥିଲା ।ଅଗ୍ନିକାଣ୍ଡରେ ପ୍ରାୟ ୨୫ କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *