Pratidin TV

Odisha's Digital News Platform

ଲକ୍ଷ୍ମୌ ଓ ଜୟପୁରରେ ବଡ଼ ଧରଣର ଅଗ୍ନିକାଣ୍ଡ

1 min read

ଘଟିଲା ବଡ ଧାରଣର ଅଗ୍ନିକାଣ୍ଡ | ହୁତୁହୁତୁ ହୋଇ ଜଳିଗଲା ବିଲ୍ଡିଂ | ଉତ୍ତରପ୍ରଦେଶ ଲକ୍ଷ୍ମୌ ଅଜିଜ ନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ବିଦ୍ଯୁତ ପଣ୍ଯାଗାରରେ ଲାଗିଲା ନିଆଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଥିଲା ଆତଙ୍କ। ନିଆଁ ନିୟନ୍ତ୍ରଣ ଲାଗି ୧୨ଟି ଅଗ୍ନିଶମ ଟିମ ସାମିଲ ହୋଇଥିଲେ। ତେବେ ଏନେଇ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ସେପଟେ ରାଜସ୍ଥାନ ଜୟପୁର ରୟାଲ ୱାର୍ଲଡ କମ୍ପ୍ଲେକ୍ସରେ ବି ଘଟିଛି ଅଗ୍ନିକାଣ୍ଡ। ଏଥିରେ ବିପୁଳ ସମ୍ପତ୍ତି ନଷ୍ଟ ହୋଇଥିବା ମିଳିଛି ସୂଚନା । ତେବେ ସୌଭାଗ୍ୟବଶତଃ ଏଥିରୁ ବର୍ତ୍ତୀ ଯାଇଛନ୍ତି ଲୋକମାନେ | କାହାର କ୍ଷତି ହୋଇ ନଥିବା ସୂଚନା ମିଳିଛି |

Advertisement

ସୂଚନା ଅନୁଯାୟୀ, ବୁଧବାର ଦିନ ସକାଳୁ ସେଠାରେ ନିଆଁ ଲାଗିବା ପରେ ଅଗ୍ନିଶ୍ରମ ବାହିନୀ ନିୟୋଜିତ ହୋଇଥିଲେ | ତେବେ ସ୍ଥିତି ପରେ ନିୟନ୍ତ୍ରଣ ହୋଇଥିଲା | ତେବେ ଅଗ୍ନିକାଣ୍ଡର କାରଣ ପରେ ଜଣାପଡିବ |

Leave a Reply

Your email address will not be published. Required fields are marked *